#Breaking News

ବଢୁଛି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀଙ୍କ ଭୋଟ ପ୍ରଚାର


ଆଠଗଡ଼ (ଉଲାପ୍ର)୦୭/୦୨ ଆଠଗଡ଼ ବ୍ଲକରେ ଏବେ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀ ମାନଙ୍କ ପ୍ରଚାର କାର୍ଯ୍ଯ ବେଶ୍ ସରଗରମ ହେବାରେ ଲାଗିଛି । ଆଜି ଜୋନ୍- ୨ର କଂଗ୍ରେସ ପ୍ରାଥିନୀ ରଞ୍ଜିତା ହେସା କୁସୁପଙ୍ଗି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ନିଜ ସପକ୍ଷରେ ସମର୍ଥନ ଭିକ୍ଷା କରିଥିଲେ । ପୂର୍ବାହ୍ନ ୧୧ଟା ବେଳେ ପ୍ରାର୍ଥିନୀ ଶ୍ରୀମତୀ ହେସା କୁସପଙ୍ଗି ପଞ୍ଚାୟତସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିବା ପରେ ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ କୁସପଙ୍ଗି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଭୋଟ ପ୍ରଚାର ଆରମ୍ଭ କରିଥିଲେ । ପ୍ରତ୍ୟେକଙ୍କ ଘରକୁ ଘର ଯାଇ ଚଳିତ ନିର୍ବାଚନ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବା ସହ ହାତ ଚିହ୍ନରେ ଭୋଟ ଦେଇ ତାଙ୍କୁ ବିଜୟୀ କରିବା ପାଇଁ

ଅନୁରୋଧ କରିଥିଲେ । ଏହାପରେ ପହିଲାବର, ଜେମାଦେଇପୁର ଓ ସାରକୋଳି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ନିଜ ସପକ୍ଷରେ ମତଦାତା ମାନଙ୍କୁ ଭୋଟ ଭିକ୍ଷା କରିଥିଲେ । କଂଗ୍ରେସ ପ୍ରାର୍ଥିନୀ ଶ୍ରୀମତୀ ହେସାଙ୍କ ଏହି ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ବ୍ଲକ ଯୁବ କଂଗ୍ରେସ ସଭାପତି ରାହୁଲ କୁମାର ସାହୁ, ନିରଞ୍ଜନ ଦାସ, ରାଜେଶ ରାଉତ, ହରମୋହନ ଘଡେ଼ଇ, ସୂର୍ଯ୍ୟକାନ୍ତ ନାୟକ, ରାଜେଶ ପ୍ରଧାନ, ଦୀପକ ଦାସ, ରାଜେଶ କୁମାର ବେହେରା, ଆଦିବାସୀ ‘ହୋ ସମାଜ’ର ରାଜ୍ୟ ସଭାପତି ‌ହରିଶ୍ ହାଇବ୍ରୁ ଓ ଲକ୍ଷ୍ମୀପ୍ରିୟା ନାୟକ ପ୍ରମୁଖ ଯୋଗ ଦେଇ ଶ୍ରୀମତୀ ହେସାଙ୍କୁ ବିଜୟୀ କରାଇବା ପାଇଁ ମତଦାତା ମାନଙ୍କୁ ବେଶ୍ ଉତ୍ସାହିତ କରାଇଥିଲେ ।

Leave a comment

Your email address will not be published. Required fields are marked *