#Breaking News #Uncategorized

ସମାଜ ସେବୀ ଶୁଶାନ୍ତ ନାୟକଙ୍କ ର କରୋନା ରେ ପର ଲୋକ


ଫୁଲବାଣୀ -(ସୁନୀଲ ପଟନାୟକ )
କନ୍ଧମାଳ ଜ଼ିଲାଫିରିଙ୍ଗିଆ ବ୍ଲକ କେଳାପଡାର ସମାଜସେଵୀ ଶୁଶାନ୍ତ ନାୟକ ଙ୍କ ର ଆଜି ଫୁଲବାଣୀ କୋଭିଡ ହସପିଟାଲରେ ଦିନ ୧୨ଟା ସମୟରେ ଦେହାନ୍ତ ହୋଇଯାଇଥିବା ଜଣାପଡ଼ିଛି ।ଅସୁସ୍ଥ ଲାଗିବାରୁ ଚାରିଦିନ ତଳେ ସେ କୋଭିଡ ପରୀକ୍ଷା କରିଥିଲେ।ପଜିଟିଭ ବାହାରି ବାରୁ ଫୁଲବାଣୀ କୋଭିଡ ହସପିଟାଲରେ ଭର୍ତ୍ତି ହୋଇଥିଲେ।ଅକ୍ସିଜେନ ସ୍ତର କମୁଥିବା ନେଇ ପୁର୍ବରୁ ତାଙ୍କ ଭାଇ ସୂଚନା ଦେଇଥିଲେ।ସେ ଜଣେ ଶାନ୍ତ, ସରଳ, ଅମାୟିକ ସ୍ୱଭାବ ଥିଲେ। ଟାଗୋର ସୋସାଇଟ, ଅଗ୍ରଗାମୀ ବିଜୁ ବାହିନିରେ କାମ କରୁଥିଲେ।ଜଙ୍ଗଲ ଅଧିକାର ଆଇନ ଉପରେ କେଳାପଡା ସମେତ ଅନ୍ୟପାଖ ପଞ୍ଚାୟତର ଲୋକମାନଙ୍କୁ ସହଯୋଗ କରୁଥିଲେ।ସେ ବହୁତ ପରାପକାରୀ, ମେଳାପି ଥିଲେ।କେବେ କାହା ମନରେ କେବେ କଷ୍ଟ ହେବାଭଳି କଥା କହନ୍ତି ନାହିଁ।ତାଙ୍କର ୧୨ବର୍ଷ ଓ ୮ ବର୍ଷ ର ଦୁଇଟି ଛୋଟ ପିଲା ଅଛନ୍ତି।କରୋନା ନିୟମାବଳୀ ଅନୁସାରେ ତାଙ୍କ ସ୍ତ୍ରୀଙ୍କୁ ମୃତ ଦେହ ହସ୍ତାନ୍ତର ପରେ ମୃତ ଦେହ କେଳାପଡା ନିଆଯାଇଥିଲା। ସେଠାରେ ପ୍ରଶାସନ ଓ ପରିବାର ପକ୍ଷରୁ ଗ୍ରାମ ନିକଟରେ କରୋନା ପାଇଁ ଚିହ୍ନଟ ମଶାଣିରେ ଶବଦାହ କରାଯାଇଥିଲା lଶୁଶାନ୍ତ ଙ୍କ ମୃତ୍ୟୁରେ ଫିରିଙ୍ଗିଆ ସମେତ ସମସ୍ତ ସ୍ୱଛାସେବୀ ମହଲରେ ଶୋକର ଛାୟା ଖେଳିଯାଇଛି।ଫୁଲବାଣୀ ସ୍ୱଛାସେବୀ ମହାସଂଘ ପିଏଜି ପକ୍ଷରୁଆବାହକ ଅଶୋକ ପରିଡା, ଜାଗୃତି ସମ୍ପାଦକ କୈଳାଶ ଦଣ୍ଡପାଟ, ନିପୀଡିତ ସମ୍ପାଦକ ରାମ ଚନ୍ଦ୍ର ଦାସ,ସ୍ଵାତି ସମ୍ପାଦକ ଇ ହରିଶଙ୍କର ରାଉତ ଙ୍କ ସମେତ ଅନ୍ୟମାନେ ସ୍ୱଛାସେବୀ ସୁଶାନ୍ତ ଙ୍କ ଅକାଳ ମୃତ୍ୟୁ ରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *