#Breaking News

କନ୍ଧମାଳରେ କୋଭିଡ଼ ଟିକା ପ୍ରଥମ ଡୋଜ ୮୬ ପ୍ରତିଶତ ଓ ଦ୍ୱିତୀୟଡୋଜ ଟିକା ୪୨ ପ୍ରତିଶତ ଦିଆଯାଇଛି


ଫୁଲବାଣୀ(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲାରେ କୋଭିଡ଼ ଟିକା କରଣ ଚାଲିଛି । ବର୍ତ୍ତମାନ ସୁଧା ୮୭ ପ୍ରତିଶତ ଲୋକଙ୍କୁପ୍ରଥମ ଡୋଜ ଟିକା ଦିଆଯାଇଥିବାବେଳେ ଦ୍ୱିତୀୟଡୋଜ ଟିକା ୪୨ ପ୍ରତିଶତ ଦିଆଯାଇଛି।
ଜିଲ୍ଲା 6ର ୧୮ ବର୍ଷରୁ ଉର୍ଦ୍ଧ୍ଵ ୬ଲକ୍ଷ ୯୦ ହଜାର ୨୦୯ଜଣ ଆଜି ସୂଧାଟିକା ନେଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ସୁତ୍ରରୁ ଜଣାପଡିଛି ।
ସୂଚନାଯୋଗ୍ୟଯେ ଜିଲ୍ଲାରେ ୧୮ ବର୍ଷରୁ ଉର୍ଦ୍ଧ ୭ଲକ୍ଷ ୯୫ ହଜାର ୫୦୧ ଥିବାବେଳେ ୧୮ ବର୍ଷରୁ ଉର୍ଦ୍ଧ୍ଵ ୫ଲକ୍ଷ ୩୯ହଜାର ୯୩୬ ଜଣ ଅଛନ୍ତି । ସେମାନଙ୍କ ମଧ୍ୟରୁ ଏଯାଏ ପ୍ରଥମ ଡୋଜ ଟିକା ୪ଲକ୍ଷ୬୧ ହଜାର ୮୩୩ ଜଣ ନେଇ ଥିବା ବେଳେ ଦ୍ଵିତୀୟ ଡୋଜ ଟିକା ୨ଲକ୍ଷ ୨୮ ହଜାର ୩୭୬ ଜଣ ଏହିପରି ମୋଟ ୬ଲକ୍ଷ ୯୦ ହଜାର ୨୦୯ଜଣ ଟିକା ନେଇ ସାରିଛନ୍ତି । ଅନ୍ୟମାନଙ୍କୁ ଅତି ଶିଘ୍ର ଟିକାକରଣ କରାଯିବା ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଥିବା ସ୍ୱାସ୍ଥ୍ୟୁ ବିଭାଗ ଅଧିକାରି କହିଛନ୍ତି ।

Leave a comment

Your email address will not be published. Required fields are marked *