#Breaking News

କୋଭିଡ କେୟାର ସେଣ୍ଟରରୁ ମା ଓ ଛୋଟ ଶିଶୁ ସୁସ୍ଥ ହୋଇ ଫେରିଲେ


ବାଲିଗୁଡା,୨୭/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସଶୀମାହା ଗ୍ରାମର ଶାମୁକା ପ୍ରଧାନ କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଶିଶୁ ପୁତ୍ର କୁ ଜନ୍ମ ଦେଇଥିଲେ | ସେଠାରେ ଡାକ୍ତର କୋଭିଡ ଟେଷ୍ଟ ପାଇଁ ପରାମର୍ଶ ଦେଇଥିଲେ | କୋଭିଡ ଟେଷ୍ଟ ପଜିଟିଭ ବାହାରିବା ପରେ ଗୋଟେ ଦିନର ଜନ୍ମ କଲା ଛୁଆ କୁ ଧରି ଶାମୁକା ଚଳିତ ମାସ ୧୭ ତାରିଖରେ ମା ଓ ଶିଶୁ ଉଭୟେ ବାଲିଗୁଡା ସ୍ଥିତ ବଡ଼ଗାଁ କୋଭିଡ କେୟାର ସେଣ୍ଟରରେ ରହିଥିଲେ | ସେଠାରେ ଦଶଦିନ ରହି ଚିକିତ୍ସା ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ | ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ.ଜଗଦୀଶ ଷଢଙ୍ଗି ଙ୍କ ନିର୍ଦ୍ଦେଶ କ୍ରମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଚନ୍ଦନ କୁମାର ସାହୁ ଙ୍କ ଦ୍ଵାରା ପ୍ରତ୍ୟକ୍ଷ ତତ୍ୱାବଧାନରେ ଉକ୍ତ ମହିଳା ଓ ଛୋଟ ଛୁଆ ପାଇଁ ନିତ୍ୟ ବ୍ୟବହାର ସାମଗ୍ରୀ ପ୍ରଦାନ କରି ଛୋଟ ଛୁଆ କୁ ଉପହାର ଦେଇ ରବିବାର ବିଦାୟ କରାଯାଇଥିଲା | ସେହି ଉପହାର ମଧ୍ୟରେ ସାନିଟାଇଜର, ମାକ୍ସ, ସାବୁନ, ତେଲ ଇତ୍ୟାଦି ରହିଥିଲା ଓ ଶିଶୁପୁତ୍ର କୁ ଶୋଇବା ପାଇଁ ଗଦି ମଧ୍ୟ ଦିଆଯାଇଥିଲା | ଶାମୁକା ନିଜ ଛୋଟ ଛୁଆ ସହ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିବା ପରେ ପରିବାରରେ ଖୁସିର ଲହରୀ ଖେଳି ଯାଇଥିଲା l

Leave a comment

Your email address will not be published. Required fields are marked *