#Uncategorized

ଯୋଗାଣ ମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀରେ ଧାନ କ୍ରୟରେ ଅନିୟମିତତା, ଯୋରନ୍ଦା ସମବାୟ ସମିତିର ପୂର୍ବତନ ସଭାପତିଙ୍କ ଆକ୍ରମଣରେ ସଂପାଦକ ଗୁରୁତର,ଥାନାରେ ଅଭିଯୋଗ

ଆଠଗଡ(ଉଲାପ୍ର)ରାଜ୍ୟରେ ଏବେ ଧାନକିଣାରେ ଅନିୟମିତତା କୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ । ବିଜେପି ବିଧାୟକ ବିଧାନସଭାରେ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଶାସକ ଦଳ ବିଧାନସଭା କୁ ଚଲାଇ ଦେଉନଥିବା ବେଳେ ଏବେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯୋଗାଣ ମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଆଠଗଡରେ, ଧାନ ମଣ୍ଡିରେ ସେବା ସମବାୟ ସମିତି ର ସଂପାଦକ ଙ୍କୁ ଆକ୍ରମଣ ହୋଇଥିବା ନେଇ ଆଠଗଡ ଥାନା ରେ ଅଭିଯୋଗ ହୋଇଛି। ପ୍ରକାଶ ଯୋଗ୍ୟ ଯୋରନ୍ଦା ସେବା ସମବାୟ ସମିତି ରେ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଇଥିଲା। ମଣ୍ଡିରେ ଧାନ କ୍ରୟ ସମୟରେ ମହାକାଳବସ୍ତ ପଞ୍ଚାୟତ ଦହିସରା ଗ୍ରାମର ତଥା ଯୋରନ୍ଦା ସେବା ସମବାୟ

ସମିତି ର ପୂର୍ବତନସଭାପତି ବିଚିତ୍ରା ନନ୍ଦ ପାଢୀ , ତ୍ରିଲୋଚନ ଜେନା, କେଶବ ଚନ୍ଦ୍ର ସ୍ବାଇଂ ପ୍ରମୁଖ ସମବାୟ ସମିତି କାର୍ଯ୍ୟାଳୟରେ ଅଚାନକ ପ୍ରବେଶ କରି ସଂପାଦକଙ୍କୁ ଆକ୍ରମଣ କରି ମୁହଁ ଥୋଡି ଫଟାଇ ଦେବା ସହ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। କାର୍ଯ୍ୟାଳୟର ଥିବା ଟେବୁଲ ,ଚେୟାର, କମ୍ପୁଟର, ମଣ୍ଡିରେ ବ୍ୟବହୃତ ଉପକରଣ ଭଙ୍ଗାରୁଜା କରିଥିବା ନେଇ ସଂପାଦକ ଅଜୟ ଭୂୟାଁ ଥାନାରେ ଅଭିଯୋଗ କରିଛନ୍ତି।ଘଟଣା ସମ୍ପର୍କରେ ସଂପାଦକ ସେବା ସମବାୟ ସମିତି ର ପ୍ରଶାସକ ହାଡିବନ୍ଦୁ ରଣା ଓ ଏଆରସିଏସ ଙ୍କୁ ମଧ୍ୟ ଲିଖିତ ଜଣାଇଛନ୍ତି।ବିଚିତ୍ରାନନ୍ଦ ପାଢ଼ୀ ଶାସକ ଦଳର ଜଣେ ଆଗ ଧାଡିର ନେତା ହୋଇଥିବା ବେଳେ ମହାକାଳବସ୍ତ ପଞ୍ଚାୟତ ର ସମିତି ସଭ୍ୟା ଙ୍କ ଦିଅର ଅଟନ୍ତି।ପ୍ରକାଶ ଯୋଗ୍ୟ ମଣ୍ଡିରେ ତ୍ରିଲୋଚନ ଙ୍କ ଧାନ ବିକ୍ରୟ ହୋଇପାରି ନଥିଲା। ଟୋକନ ସମୟସୀମା ଅତି କ୍ରମ କରିଯାଇଥିବାରୁ ଧାନ ବିକ୍ରୟ କରିପାରି ନ ଥିଲେ ଏବଂ କରୋନା ପାଇଁ କଟକଣା ଥିବାରୁ ଦୁଇଟି ଓ ଅନ୍ୟାନ୍ୟ କାର୍ଯ୍ୟାପାଇଁ ମୋଟ ୮ ଟି ଧାନମଣ୍ଡି ବାତିଲ ହୋଇଥିବା ବେଳେ ଚାଷୀଙ୍କର ଧିରେ ଧିରେ ଧାନ କ୍ରୟ କରାଯାଉଥିବା ବେଳେ ଆଜି ହଠାତ ଆସି ଏଭଲି ଆକ୍ରମଣ କରିଥିବା ସଂପାଦକ ପ୍ରକାଶ କରିଛନ୍ତି, ଧାନ ତ କିଣୁନ ତା ପରେ ସମବାୟ ସମ୍ପାଦକ ଙ୍କୁ ଆକ୍ରମଣ ଘଟଣା ଆଗକୁ କି ମୋଡ଼ ନେଉଛି ତାହା ଦେଖିବାକୁ ବସ୍କି ରହିଲା।

Leave a comment

Your email address will not be published. Required fields are marked *