#Exclusive

ସ୍ୱୟଂ ଜଗନ୍ନାଥ ବାଡ଼ି ନୃସିଂହ ରୂପରେ ବଡଦାଣ୍ଡଙ୍କୁ ଓଲ୍ହାଇଲେ, ବିପତିବେଳେ ପ୍ରଭୁ ଓଲ୍ହାନ୍ତି ବଡଦାଣ୍ଡଙ୍କୁ।

ପୁରୀ (ଉ ଲା ପ୍ର) : ଓଲ୍ହାଇ ଆସିଛନ୍ତି ବାଡ଼ି ନୃସିଂହ,ଏ ବାଡ଼ି ନୃସିଂହ କିଏ ଆପଣମାନେ ଭଲ ଭାବେ ଜାଣିନଥିବେ,ଏ ବାଡ଼ି ନୃସିଂହ ହେଉଛନ୍ତି ସ୍ୱୟଂ ଜଗନ୍ନାଥ, ଓଡ଼ିଆରେ ବାଡ଼ି ଅର୍ଥ ହେଉଛି ମହାମାରୀ, ଆଉ ଯେତେବେଳେ ବିଶ୍ୱରେ ମହାମାରୀ ଆବିର୍ଭାବ ହୋଇଛି କିମ୍ବଦନ୍ତୀ କୁହେ ଜଗନ୍ନାଥ ବାଡ଼ି ନୃସିଂହ ରୂପରେ ସମଗ୍ର ବିଶ୍ୱକୁ ରକ୍ଷା କରିବା ପାଇଁ ବଡ଼ ଦେଉଳରୁ ବାହାରି ଆସନ୍ତି,ଆଉ ଏବେ ସମଗ୍ର ବିଶ୍ୱକୁ ଗ୍ରାସ କରିଛି କରୋନା,

ଏହା ମହାମାରୀ ରୂପ ନେବାକୁ ବସିଲାଣି,ଆଉ ଏହି ସମୟରେ ଓଡ଼ିଆ ଜାତିର ପ୍ରାଣ ପ୍ରତିଷ୍ଠାତା,କୋଟିକୋଟି ଓଡ଼ିଆ ଓ ବିଶ୍ୱବାସୀଙ୍କ ଦେବତା ସ୍ୱୟଂ ଜଗନ୍ନାଥ ବିଶ୍ୱକୁ ରକ୍ଷା କରିବା ପାଇଁ ବଡ ଦେଉଳରୁ ଗତକାଲି ବାଡ଼ି ନୃସିଂହ ରୂପରେ ପଦାକୁ ବାହାରି ନଗର କୀର୍ତ୍ତନ କରିଛନ୍ତି,

ପୁରୀର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରେତଙ୍କ ପାଇଁ ପଣା ହାଣ୍ଡି ଭଙ୍ଗାଯାଇଥିବା ଦେଖାଯାଇଛି,ବିଶ୍ୱାସ ରହିଛି ଯେତେବେଳେ ବିଶ୍ୱକୁ ଯେତେବଡ଼ ବିପତି ଆସିଛି ସେ ସମୟରେ ସ୍ୱୟଂ ଜଗନ୍ନାଥ ବାଡ଼ି ନୃସିଂହ ରୂପରେ ମନ୍ଦିରରୁ ବାହାରି ଆସି ମହାମାରିରୁ ବିଶ୍ୱକୁ ରକ୍ଷା କରିଛନ୍ତି,

ଆଉ କରୋନାକୁ ନାଶ କରିବେ ବୋଲି ଏବେ ପ୍ରତି ଓଡ଼ିଆଙ୍କ ଘରେ ଘରେ ଆଲୋଚନା ହେଉଛି।ସମସ୍ତେ ଏକ ସ୍ୱରରେ କୁହନ୍ତୁ ଜୟ ଜଗନ୍ନାଥ।

Leave a comment

Your email address will not be published. Required fields are marked *