#Uncategorized

ଖଜୁରୀପଡା ବ୍ଲକର ଦୂତି ପଡା ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ସ୍କୁଲ ହେବ

ଫୁଲବାଣୀ (ସୁନୀଲ ପଟନାୟକ) କନ୍ଧମାଳ ଜ଼ିଲ୍ଲାର ଖଜୁରୀପଡା ବ୍ଲକ ର ଦୁତୀପଡ଼ା ସ୍କୁଲ କୁ ସ୍ମାର୍ଟ ସ୍କୁଲ ରେ ପରିଣତ ହେବ l
ଏ ନେଇ ରାଜ୍ୟ ସ ରକl ର ଶିକ୍ଷାର ବିକାଶ ପାଇଁ ବିଭିନ୍ନ ପ୍ରକାର ଯୋଜନା ହାତକୁ ନେଇ ବିଭିନ୍ନ ପଦକ୍ଷେପ ମାନ ନେଉ ଛନ୍ତି । ବର୍ତ୍ତମାନ୍ 5-T ରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକ ଅନ୍ତର୍ଗତ କରି ସ୍କୁଲ୍ ଗୁଡ଼ିକୁ ରୂପାନ୍ତରି କରଣ କରାଯିବା ପାଇଁ ଏବେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ।କନ୍ଧମାଳ ଜିଲ୍ଲାରେ ୧୦ ଟି ସରକାରୀ ଉଚ୍ଚ ବିଦ୍ୟାଳୟ କୁ 5- T ରେ ଅନ୍ତର୍ଗତ କରାଯାଇ ସ୍ମାର୍ଟ ସ୍କୁଲ୍ ଘୋଷଣା କରାଯାଇଛି ।
ସେଥିମଧ୍ୟରୁ ଖଜୁରୀପଡ଼ା ବ୍ଲକ ଦୂତି ପଡା ପଞ୍ଚାୟତର ଦୂତି ପଡା ସରକାରୀ ଉଚ୍ଚ ବିଦ୍ୟାଳୟ 5- T ରେ ଅନ୍ତର୍ଗତ କରିଛନ୍ତି ଏବଂ ସ୍ମାର୍ଟ ସ୍କୁଲ୍ କରାଯିବା ପାଇଁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।ତେଣୁ ଏହି ବିଦ୍ୟାଳୟ କୁ ରୂପାନ୍ତରି କରଣ କରି ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ,ଶୈ କ୍ଷକ ବାତାବରଣ ତଥା ବିଦ୍ୟାଳୟ ଡାଞ୍ଚାଗତ ପରିବର୍ତ୍ତନ , ଏକ ଆକର୍ଷଣୀୟ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟ ରେ ଶୁକ୍ରବାର ଦିନ ଖଜୁରୀପଡ଼ା ବ୍ଲକ ର ସଭାଗୃହ ଠାରେ ଏକ ଭି ଡିଓ କନଫରେନ୍ସ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକ ରେ ବ୍ଲକ ପ୍ରଶାସନ ଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5- T ସଚିବ ଭି,କେ ପାଣ୍ଡି ଆ ନ ଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା ।


ବ୍ଲକ ପ୍ରଶାସନ ତରଫରୁ ଏହି ବୈଠକରେ ବିଡ଼ିଓ ରବୀନ୍ଦ୍ର ନାଥ କହଁର ,ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁର, ଉପାଧ୍ୟକ୍ଷ ସୌଦାମିନୀ କହଁର , ଏବିଡ଼ିଓ ଦିବ୍ୟସିଂହ କହଁର ,ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ସାହୁ ,କନିଷ୍ଠ ଯନ୍ତ୍ରୀ ସନ୍ତୋଷି ସାହୁ , ଜିପିଓ ସୋନମ୍ ବେହେରା ,ଦୂତି ପଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଭାନୁପ୍ରୀୟା ଜାନି ,ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁନିଲ କୁମାର ବେହେରା , ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ବାସା ଏବଂ ଆଲୁମିନି ର ଗାନ୍ଧୀ ସାହୁ ଓ ବସନ୍ତ କୁମାର ପ୍ରଧାନ ଙ୍କ ସମେତ ଛାତ୍ର ରଞ୍ଜନ ଓ ଛାତ୍ରୀ ସମୀକ୍ଷା ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *