#Breaking News #Uncategorized

ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ


କନ୍ଧମାଳ,୧୩/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅଞ୍ଚଳରେ ଏକ ନାବାଳିକାକୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ଖଜୁରୀପଡ଼ା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି l ପ୍ରକାଶ ଯେ, ଖଜୁରୀପଡା ଥାନା ଅଞ୍ଚଳର ଜଣେ ନାବାଳିକାର ବାପା ଗତ ୫ ତାରିଖ ଦିନ ତାଙ୍କର ଝିଅ ଘରୁ କେଉଁଆଡେ ଚାଲିଯାଇଥିବା ନେଇ ଅଭିଯୋଗ କରିଥିଲେ l ପରେ ପରେ ନାବାଳିକା ଜଣକ ନିଜ ଘରକୁ ଫୋନ କରି ମୁଁ ଯେଉଁଠାରେ ଅଛି ଭଲରେ ଅଛି, ମୋତେ ଖୋଜିବ ନାହିଁ ବୋଲି କହିଥିବା ପୀଡିତାଙ୍କ ବାପା ଏତାଲାରେ ଦର୍ଶାଇଥିଲେ l ଝିଅ ସାଙ୍ଗରେ ତାର ପୋଷକ, ସୁନା ସହିତ ନଗଦ ୫ ହଜାର ଟଙ୍କା ମଧ୍ୟ ନେଇ ଯାଇଥିବା ଅଭିଯୋଗରେ ଦର୍ଶାଯାଇଥିଲା l ଏ ନେଇ ଖଜୁରୀପଡା ପୋଲିସ କେଶ ନଂ.୬୬/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖି ନାବାଳିକା ଜଣକୁ ପୁଲିସ ଉଦ୍ଧାର କରିବା ସହ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଅପହରଣ କରି ନାବାଳିକାକୁ ବଳାତ୍କାର କରିଥିବା ବିଷୟ ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଥିଲା l

Leave a comment

Your email address will not be published. Required fields are marked *