#Breaking News

ଫିରିଙ୍ଗିଆ ବ୍ଲକରେ ଜଙ୍ଗଲ ନିଆଁ ଦାଉରୁ ରକ୍ଷାକରିବା ଓ ବନ୍ୟପ୍ରାଣୀ ସୁରକ୍ଷା ବୈଠକ


ଫୁଲବାଣୀ-(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଠାରେ ଜଙ୍ଗଲ ନିଆଁ ଦାଉରୁ ରକ୍ଷାକରିବା ଓ ବନ୍ୟପ୍ରାଣୀ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ଆୟୋଜିତ ସଭାରେ ଫିରିଙ୍ଗିଆ ବିଡିଓ ରଶ୍ମୀ ରଂଜନ ମହନ୍ତ, ଫିରିଙ୍ଗିଆ, 6ରଂଜ ଅଫିସର ବିଜୟ ମଲିକ, ବ୍ଲକ ଅଧ୍ୟକ୍ଷ ଲାଲ ନନ୍ଦା ପ୍ରଧାନ,ଫିରିଙ୍ଗିଆ ଥାନା ଅଧିକାରୀ ଶ୍ୟାମସୁନ୍ଦରରାଓ.ସିଡିପିଓ ହରପ୍ରିୟା ମେହେର, ଜିପି ଇଓରବୀନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ଜଙ୍ଗଲ ଓ ବନ୍ୟପ୍ରାଣୀମାନଙ୍କ ସୁରକ୍ଷା ଉପରେ ଗୁରୁତ୍ଵ ଦେଇଥିଲେ। ସମସ୍ତଙ୍କ ଆନ୍ତରୀକ ସହ ଯୋଗ ରହିଲେ ଜଙ୍ଗଲ ନିଆଁ ଦାଉରୁ ରକ୍ଷା ହେବ। ସହ ବନ୍ୟଯନ୍ତୁ ସୁରକ୍ଷା ହୋଇପାରିବ ବୋଲି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ଫରେଷ୍ଟର ରବୀନ୍ଦ କୁମା ର ପାତ୍ର, ବନ୍ଧ ଗଡଫରେଷ୍ଟର ସରୋଜ ମିଶ୍ର,ନୂଆ ପଦର ଫରେଷ୍ଟର ବ୍ରଜସୁନ୍ଦର ଦାସ, ବାଳନ୍ଦାପଡ଼ା ଫରେଷ୍ଟ୍ର ଯୋଗେନ୍ଦ୍ରନାଥ ସେନାପତିଙ୍କ ସମେତ ସମସ୍ତ ସରପଞ୍ଚ ଓ ବନ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ, I

Leave a comment

Your email address will not be published. Required fields are marked *