#Exclusive

ଆଜି ବଡ଼ଓଷା । ପ୍ରଭୁ ଧବଳେଶ୍ଵର ଙ୍କ ଯାତ୍ରା ।

ରାଜ୍ୟର ପ୍ରସିଦ୍ଧ ଶୈବକ୍ଷେତ୍ର ଆଠଗଡ ର୍ ଧବଳେଶ୍ବର ଙ୍କ ପବିତ୍ର ବଡଓଷା ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ଧବଳେଶ୍ବର ପୀଠ, ରାତ୍ର 4 ଟା ରୁ ମନ୍ଦିର ଖୋଲାଯାଇ ଶ୍ରୀ ପ୍ରଭୁଙ୍କୁ 108 କଳସ ଜଳରେ ଜଳଲାଗି କରିସାରିବା ପରେ ଶ୍ରୀ ଦେବଙ୍କ ମଙ୍ଗଳ ଆଳତୀ, ରୋଷ ହୋମ,ତଡପଲାଗି ପରେ ଦେବଙ୍କ ଦର୍ଶନ ନିମନ୍ତେ ଦ୍ୱାର ଖୋଲାଯାଇ ଥିଲା,ଦୂର ଦୁରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତ ମାନେ ଧାଡିରେ ଯାଇ ବାବା ଧବଳେଶ୍ବର ଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି,ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀ ର ସଂଧିକ୍ଷଣରେ ବାବାଙ୍କ ପାଖରେ ଆଜି ମଧ୍ୟରାତ୍ରରେ ଲାଗିହେବ ଗଜଭୋଗ,ସେଥିପାଇଁ ଧବଳେଶ୍ବର ଙ୍କ ଏହି ବ୍ରତ ପାଳନ କରିବା ପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଆଗମନ ହେବାରେ ଲାଗିଛି,ପୋଲିସ ଓ ପ୍ରଶାସନ ତରଫରୁ ପୀଠରେ ବ୍ୟାପକ ପୋଲିସ ଫୋର୍ସ ମୃତୟନ କରାଯାଇଛି।

Leave a comment

Your email address will not be published. Required fields are marked *