#Breaking News

ଫିରିଙ୍ଗିଆ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ରେ ଝାଡ଼ାବାନ୍ତି, ତିରିଶ ଛାତ୍ରୀ ଆକ୍ରାନ୍ତ


ଫୁଲବାଣୀ 9/4(ସୁନୀଲ ପଟନାୟକ )
କନ୍ଧମାଳ ଜିଲା ଫିରିଙ୍ଗିଆ କସ୍ତୁରବା ଗାନ୍ଧୀ ଆବାସିକ ବିଦ୍ୟାଳୟ ରେ ଝାଡ଼ାବାନ୍ତି ରେ ଆକ୍ରାନ୍ତ ହୋଇ ତିରିଶ ଛାତ୍ରୀ ଆକ୍ରାନ୍ତ ହୋଇଥିବା ଜଣାପଡିଛି l
ସମସ୍ତେ ଙ୍କୁ ଚିକିତ୍ସା ପାଇଁ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯଇଛି l ଦୂଷିତପାଣି ଓ ଖାଦ୍ୟ ଖାଇବା ଫଳରେ ଛାତ୍ରୀ ମାନେ ଝାଡ଼ାବାନ୍ତି ରୋଗ ରେ ଆକ୍ରାନ୍ତ ହୋଇଥିବା କୁହାଯାଉଛି l
ଡାକ୍ତର ମିଲନ ପ୍ରଧାନ ଙ୍କ ନେତୃତ୍ୱରେ ଚାରି ଜଣ ଡାକ୍ତର ଜଣେ ଫାର୍ମାସିଷ୍ଟ, ଓ ଦୁଇଜଣ ମହିଳା ସ୍ୱାସ୍ଥ୍ୟ କର୍ମୀହଷ୍ଟେଲ ର ଅନ୍ୟ ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାସହ ଔଷଧ ପ୍ରଦାନ କରିଛନ୍ତି lହଷ୍ଟେଲ କୁ ସାନିଟାଈଜ କରାଯାଇଛି l
ହଷ୍ଟେଲ କତୃପକ୍ଷ ଅନ୍ତେବାସୀ ମାନଙ୍କ ଯତ୍ନ ଠିକ ଭାବେ ନେଉନଥିବା ଫଳରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି l
ଫିରିଙ୍ଗିଆ ବି ଡିଓ ଘଟଣା ର ତଦନ୍ତ କରାଯାଇ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି l

Leave a comment

Your email address will not be published. Required fields are marked *