#Breaking News

ଫୁଲବାଣୀ ସହର ରେ ଜବରଦଖଲ,ରାସ୍ତା ଜାମ, ଉଛେଦ କେବେ ??


ଫୁଲବାଣୀ (ସୁନୀଲ ପଟନାୟକ )
ଟ୍ରାଫିକ ସମସ୍ୟା ଏଵେ ଫୁଲବାଣୀ ସହର ର ମୁଖ୍ୟ ସମସ୍ୟା ରେ ପରିଣତ ହେଇଛି l
ମୁଖ୍ୟ ରାସ୍ତା ହେଉ ଅଥବା ସରକୁଲା ର, ଏପରିକି ଗଳି କନ୍ଦି ରାସ୍ତା କୁକେଉଁଠି ବ୍ୟବସାୟୀ ଆଉ କେଉଁଠି ଲୋକେ ରାସ୍ତା ଉପରକୁ ମାଡିଆସି ଘର କରିବା ଫଳରେ ଯିବା ଆସିବାରେ ନାହିଁ ନଥିବା ଅସୁବିଧା ହେଉଛି l ଦିନ କୁ ଦିନ ଦୁର୍ଘଟଣା ବି ବଢୁଛି lଅଭିଯୋଗ କଲେ ପ୍ରଶାସନ ଶୁଣୁନି l
ଲୋକେ ବି ନୀତି ନିୟମ ଉଲ୍ଲଘଂନ କରି ନିଜ ମନ ଇଚ୍ଛା ମୁଖ୍ୟ ରାସ୍ତାଉପରେ ଉଠା ଦୋକାନୀ ମାଡିବସି ବ୍ୟବସାୟ ଚଳାଇଥିବା ବେଳେ ଶୋ ରୁମ କରିଥିବା ବ୍ୟବସାୟୀ ମାନେ ମଧ୍ୟ ସେମାନଙ୍କ ଜିନିଷ ପତ୍ର ଡ୍ରେନ ଆଗକୁ ଆଣି ରଖୁଛନ୍ତି l ଫଳରେ ସାଧାରଣ ଲୋକେ ଯିବା ଆସିବା କରିବା ମୁସ୍କିଲ ହୋଇପଡୁଛି l
ସେହିପରି ମହିଳାମହାବିଦ୍ୟାଳୟ ନିକଟରେ ବି ରାସ୍ତା ଯାମ ରହୁଛି ସବୁବେଳେ l
ସେ ନିକଟରେ ସରସ୍ବତୀ ଶିଶୁ ମନ୍ଦିର ସମେତ ଦୁଇଟି ବଡ ବଡ ଇଂଲିଶ ମି ଡ଼ିୟ ମ ସ୍କୁଲ, ପାର୍କ, ମନ୍ଦିର ଆଦି ରହିଛି lସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ଲୋକମାନଙ୍କ ଜି ଆସିବା ଅଧିକ ସେଇ ରାସ୍ତାରେ l ସେଠାରେ ସାମୟିକ ଭାବେ ଟ୍ରାଫିକ ଦିଆଯାଇଥିଲେ ବି ଅବସ୍ଥା ଅସଂଭାଳ ହୋଇପଡୁଛି lଦୁର୍ଘଟଣା ବି ହେଉଛି l
ସେଇ ରାସ୍ତା ବି ଜବରଦଖଲ ହୋଇଛି lଟାଉନ ଥାନା ନିକଟରେ ବି ଅବସ୍ଥା ଅସଂଭାଳ l ପୁଲିସି ସବୁ ଜାଣି ଚୁପ ବସିଛି l ଏ ପଟେ କାର କିମ୍ବା ବାଇକ ନେଇ ଆସିଲେ ରଖିବା ପାଇଁ ପା ର୍କିଙ୍ଗ ପ୍ଲେସ ନାହିଁ l ରାସ୍ତା ରେ ରଖୁଛନ୍ତି ଆଉ ରାସ୍ତା ଯାମ ହେଉଛି l
ବାଇ ପାସ ରାସ୍ତା କୁ ଫୋର ଲେନ କରି ଟ୍ରାଫିକ ମୁକ୍ତ କରିବାକୁ ଦାବୀ ହୋଇଥିଲେ ମଧ୍ୟ ଏହା କେନ୍ଦ୍ର ସରକାର ଙ୍କ ଏନ. ଏଚ. ଏ ଆଇ.ନିକଟରେ ବିଚାରଧୀନ ରହିଛି l ଫୁଲବାଣୀ ସହର ର ଟ୍ରାଫିକ ବ୍ୟବସ୍ଥା ସଜାଡ଼ିବା ଦିଗରେ
ଜ଼ିଲ୍ଲା ପାଳ, ପୋଲିସ କିମ୍ବା ମୁନିସି ପାଲଟି କତୃପକ୍ଷ ଏ ଦିଗରେ ଦ୍ରୁଷ୍ଟି ନ ଦେବା ଦୁର୍ଭାଗ୍ୟ ଜନକ l

Leave a comment

Your email address will not be published. Required fields are marked *