#Breaking News #Uncategorized

ଗୁମାଗଡ଼ରେ ଟ୍ରାକ୍ଟର ଓଲଟି ଜଣେ ଗୁରୁତର


ବାଲିଗୁଡା,୦୧/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଅଧିନସ୍ଥ ଗୁମାଗଡ ନିକଟରେ ଏକ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକ ଗୁରୁତର ଆହତ ହୋଇ ଟିକାବାଲି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି ହୋଇଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତର ହୋଇଥିବାରୁ ଡାକ୍ତର ବ୍ରହ୍ମପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରିଥିଲେ । ଟ୍ରାକ୍ଟରରେ ଥିବା ଅନ୍ୟମାନେ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହେଉଛନ୍ତି l ଗୁରୁତର ଆହତ ହୋଇଥିବା ଶ୍ରମିକ ଜଣକ ହେଲେ ଟିକାବାଲି ବ୍ଲକ ବେଡ଼ଅସୁଗା ଗ୍ରାମର ଦିଗାମ୍ବର ନାଗ ଙ୍କ ପୁଅ ସୁନୀଲ ନାଗ ବୋଲି ଜଣାପଡିଛି l ଖବର ପାଇ ଟିକାବାଲି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି l କନ୍ଧମାଳ ଜିଲ୍ଲାରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ କଡା ତାଗିଦ ରହୁନଥିବାରୁ ମନଇଚ୍ଛା ଅନଭିଜ୍ଞ ବ୍ୟକ୍ତି ବେପରୁଆ ଭାବେ ଟ୍ରାକ୍ଟର ଚଳାଇ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ଘଟୁଥିବାର ଦେଖିବାକୁ ମିଳୁଛି l ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମହଲରୁ ଦାବୀ ହେଉଛି l

Leave a comment

Your email address will not be published. Required fields are marked *