#Breaking News #District

ଲଗାଣ ବର୍ଷା ରେ କନ୍ଧମାଳ ବେହାଲ


ଫୁଲବାଣୀ (ସୁନୀଲ ପଟନାୟକ )
ଗତ ସପ୍ତାହେହେଲା ଲଗାଣ ବର୍ଷା ରେ କନ୍ଧମାଳ ବେହାଲ ହୋଇପଡିଛି l
ଜିଲ୍ଲାରେ ଥିବା ବିଭିନ୍ନ ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି l
ଫୁଲବାଣୀ ସହର ଦେଇ ବୋହି ଯାଇଥିବା ପିଲା ସଲୁଙ୍କି ନଦୀରେବନ୍ୟା ପାଣି ଆସିବା ଯୋଗୁଁ ଡାକପାଲା ପୋଲ ଉପରେ ପାଞ୍ଚ ଫୁଟ ଉଚରେ ପାଣି ଚାଲୁଥିବା ଯୋଗୁଁ ନଦୀଖଣ୍ଡି ସାହି ଓ ଡାକପାଲା ବିଚ୍ଛିନ୍ନ ହୋଇଛି l ଗତ ରାତିଠାରୁ ଲଗାଣ ବର୍ଷା ଯୋଗୁଁ ଫୁଲବାଣୀ ସହର ରାସ୍ତାରେ ମଧ୍ୟ ବର୍ଷ। ପାଣି ଚାଲିବାର ଦେଖିବାକୁ ମିଳିଛି l ଫୁଲବାଣୀ ର ମାଷ୍ଟ୍ର ପଡ଼l, ନଦୀଖଣ୍ଡି,ପ୍ରକୃତି ବିହାର, ଆଦି ବିଭି ନ୍ନ ସାହିରେ କେଉଁଠି କେଉଁଠି ଘରେ ମଧ୍ୟ ପାଣି ପଶିବାର ଦେଖିବାକୁ ମିଳିଛି l ଜିଲାର ବିଭିନ୍ନ ବ୍ଲକ ରେ କେତକ କଚା ଘର କାଂଥ ମଧ୍ୟ ଭୁଷୁଳି ପଡିଥିବା ଖବର ମିଳିଛି l
ଦାରିଙ୍ଗବାଡି ବୁଡ଼ାଗୁଡ଼ା ସ୍କୁଲ ପାଚେରୀ ମଧ୍ୟ ଭୁଷୁଡି ପଡିଛି ।
କେତେକ ସ୍ଥାନରେଗଛ ପଡି ରାସ୍ତା ଅବରୋଧ ହୋଇଛି ।
ବନ୍ୟା ଉପରେ ପ୍ରସାଶନ ସତର୍କ ଦ୍ରୁଷ୍ଟି ରଖିଛି,ପ୍ରତି ବ୍ଲକ ଓ ତହସିଲ ଅଂଚଳ ରେ କଣ୍ଟ୍ରୋଲ ରୁମ ଖୋଲାଯାଇଥିବା ଜଣୀ ପଡିଛି

Leave a comment

Your email address will not be published. Required fields are marked *