#Exclusive

ହଠାତ୍‌ ମଦ ଦୋକାନରେ ପହଞ୍ଚିଲେ ଜିଲ୍ଲାପାଳ, ଫାଇନ୍ କଲେ ୨ ଲକ୍ଷ

ବ୍ରହ୍ମପୁର( ): ମଦ ଦୋକାନ ଆଗରେ ଅଳିଆ ଆବର୍ଜନା ପଡ଼ିଥିବାରୁ ୨ ଲକ୍ଷ ଟଙ୍କା ତଣ୍ଡ ଗଣିଲେ ୨ଟି ମଦ ଦୋକାନ। ବ୍ରହ୍ମପୁର ରେଳଷ୍ଟେସନ ରୋଡ଼ରେ ଥିବା ଦୁଇ ମଦ ଦୋକାନୀଙ୍କୁ ଜୋରିମାନା କରିଛନ୍ତି ଖୋଦ୍ ଗଞ୍ଜାମ ଜିଲ୍ଲାପାଳ।ସୋମବାର ରାତିରେ ଜିଲ୍ଲାପାଳ ଆସିଥିବା ବେଳେ ବ୍ରହ୍ମପୁର ରେଳଷ୍ଟେସନ ରାସ୍ତାରେ ଥିବା ଦୁଇ ମଦ ଦୋକାନ ଥିବା ଅନ୍ୟ ଦୋକାନ ଗୁଡ଼ିକ ବୁଲି ସ୍ୱଚ୍ଛତା ଦେଖିଥିଲେ। ଏହି ସମୟରେ ଦୁଇ ମଦ ଦୋକାନ ସାମ୍ନାରେ ପ୍ଲାଷ୍ଟିକ ପାଣି ବୋତଲ, ପାଣି ପାଉଚ୍‌, ପଲିଥିନ, ମଦ ବୋତଲ ଆଦି ପଡ଼ିଥିବା ଦେଖିବାକୁ ମିଳିଥିଲା। ମଇଳା ପକାଇଥିବା ୨ଟି ଦୋକାନ ଡଷ୍ଟବିନ ବ୍ୟବହାର କରୁନଥିଲେ। ଏଭଳି ଅପରିଷ୍କାର ଦେଖି ଜିଲ୍ଲାପାଳ ବିରକ୍ତି ପ୍ରକାଶ କରିବା ସହ ଜୋରିମାନା ଆଦାୟ  କରିବାକୁ ନିର୍ଦ୍ଦେଶ ଦେଇଥିଲେ। କେବେଳ ଏତିକି ନୁହଁ, ସ୍ୱଚ୍ଛତା ନଥିବାରୁ ବ୍ରହ୍ମପୁରର ଆଉ ୫ଟି ଦୋକାନକୁ ୧୦ ହଜାର ଲେଖାଏଁ ଜୋରିମାନା ଆଦାୟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଯାଇ ଆଜି ଜଣେ ଦୋକାନୀଙ୍କଠାରୁ ୧ଲକ୍ଷ ଟଙ୍କା ଆଦାୟ କରିଛନ୍ତି।

Leave a comment

Your email address will not be published. Required fields are marked *