#Breaking News

ରାତି ପାହିଲେ ପ୍ରଥମ ପର୍ଯ୍ୟlୟ ଭୋଟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି


ଫୁଲବାଣୀ(ସୁନୀଲପଟନାୟକ)
ରାତି ପାହିଲେ ପ୍ରଥମ ପର୍ଯାୟ ଭୋଟ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଆସନ୍ତ । କାଲି କନ୍ଧମାଳ ଜିଲ୍ଲାରେ ପ୍ରଥମ ପ୍ରର୍ଯ୍ୟାୟ ଭୋଟ ହେବ । ବାଲିଗୁଡ଼ା ଓ କ.ନୂଆଗାଁ ବ୍ଳକର ୩ଟି ଜିଲା ପରିଷଦ ଜୋନ ଓ ୨୮ଟି ସରପଞ୍ଚ ଓ ୨୮ ଟି ସମିତି ସଭ୍ୟ ପଦବୀ ପାଇଁ ଭୋଟ ହେବ ।
ଏଥିପାଇଁ ସମସ୍ତ ପୁଲିଙ୍ଗ ପାର୍ଟି ଗୋଟିଏ ଦିନ ପୂର୍ବରୁ ବୁଥରେ ସୁରକ୍ଷିତ ଭାବେ ପହଞ୍ଚିଗଲେଣି ।
ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।
ଏହି ଦୁଇ ବ୍ଲକ୍ ପାଇଁ ୨୧୬୦ଜଣ କର୍ମଚାରୀ ନିଯୁକ୍ତ ଅଛନ୍ତି । ପ୍ରଥମ ପ୍ରର୍ଯ୍ୟାୟରେ ନିର୍ବାଚନ ହେବାକୁଥିବା ଏହି ଦୁଇ ବ୍ଲକରେ ମୋଟ ୩୬୦ବୁଥ ରହିଛି । ସେଥିମଧ୍ୟରୁ ୧୭ହାଇପରସେ ନସିଟିଭ ବୁଥ ରହିଛି l
ଏହି ଦୁଇ ବ୍ଲକରେ ଯେପରି ମୁକ୍ତ, ଅବାଧ ଓ ନିରପେକ୍ଷ ଭୋଟଗ୍ରହଣ ହେବ ସେଥିପାଇ ଜିଲ୍ଲାପାଳ ଡ଼।. ବୃନ୍ଦାଡି, ଓ ଏସପି ଭିନିତ ଅଗ୍ରୱାଲ ପ୍ରମୁଖ ତଦାରଖ କରିବା ସହ ସମୀକ୍ଷା କରି ଛନ୍ତି।
ସେହିପରି ବାଲିଗୁଡ଼ା ବିଡିଓ ଜଗଦୀଶଷଡ଼ଙ୍ଗୀ ଓ କ.ନୂଆଗାଁ ବିଡିଓ ଶରତ ଚନ୍ଦ୍ର ପାତ୍ର ଉପସ୍ଥିତ ରହି ସତର୍କ ନଜର ରଖିଥିବା ଜଣାପଡିଛି ।
ସେହିପରି ଏହି ୨ ବ୍ଳକରେ ମହିଳାମାନଙ୍କ ପାଇଁ ଦୁଇଟି ଲେଖାଏ ୪ଟି ପିଙ୍କ ବୁଥ ମଧ୍ୟ କରାଯାଇଛି । ଏଥିରେ ସମସ୍ତ ମହିଳା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି ।ତେବେ ପୂଣି ଆଜିର ମାଓ ହମଲା ସରକାରୀ ଅଧିକାରୀ ଓ ଭୋଟର ଙ୍କୁ ଭୟଭିତ କରିଛି ନିଶ୍ଚୟ l

Leave a comment

Your email address will not be published. Required fields are marked *