#Uncategorized

ଫୁଲ ବାଣୀ ଆସିବ କି ଜଗା!


ଫୁଲ ବାଣୀ- (ସୁନୀଲ ପଟନାୟକ) ଆଜି ବହୁଚର୍ଚ୍ଚିତ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗାଫୁଲ ବାଣୀ ଆସିବା ନେଇ ଚର୍ଚାଯୋର ଧରିଛି । ଜଗାକୁ ଫୁଲବାଣୀ ଆଣିବା ପାଇଁ ଏକ ୩ଜଣିଆ ମେଡିକାଲ ଟିମ ଆଜି କଟକ ଯାଇଛନ୍ତି । ଏହି ଟିମରେ ଜଣେ ଶିଶୁରୋଗ ବିଶେଷଜ୍ଞ, ସରଜିକାଲ ସ୍ପେଷାଲିଷ୍ଟ ଓ ଅନ୍ୟ ଜଣେ ଫାର୍ମାସିଷ୍ଟ ଅଛୁନ୍ତି।ଏହି ମେଡିକାଲ ଟିମ କଟକ ବଡ ଡାକ୍ତରଖାନାରେ ପହଞ୍ଚି ଜଗାର ସ୍ଵାସ୍ଥ୍ୟବସ୍ଥା ସଂପର୍କରେ ଯାଞ୍ଚ କରିବା ସହ ସେଠାକାର ଦାୟୀତ୍ଵରେ ଥିବା ବିଶେଷଜ୍ଞ ଙ୍କ ସହ ଆଲୋଚନା କରିବେ । ସ୍ଥିତି ଅନୁଧ୍ଯ। ନ କରିବାପରେ ଜଗାର ସ୍ୱାସ୍ଥ୍ୟ ଠିକ ଥିଲେ ଆଜି ଜଗାକୁ କଟକରୁ ଫୁଲବାଣୀ ଆଣିବେ ବୋଲି ମେଡିକାଲ ସୁତ୍ରରୁ ଜଣାପଡିଛି ।
ଜଗାର ରହିବାଲାଗି ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ସମସ୍ତ ସୁବିଧା ଥିବା ଏକ ସ୍ଵତନ୍ତ୍ର କୋଠରୀ ପ୍ରସ୍ତୁତ କରାଯାଇଛି। ସେଠାରେ ୨୪ ଘଣ୍ଟିଆ ଡାକ୍ତରଙ୍କ ତତ୍ତ୍ଵ । ବଧାନରେ ଜଗା ରହିବ। ଡାକ୍ତର ଚିନାର। ସବୁଦ୍ଧିଙ୍କ ନେତୃତ୍ଵରେ ଏକ ଟିମ ଜଗାକୁ ଆଣିବା ପାଇଁ କଟକ ଯାଇଛି ।
ସୂଚନାଯୋଗ୍ୟଯେ,
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ମିଲୁପଡ଼ା ଗ୍ରାମ ର ଭୁୟାଁ କହଁର ଓ ପୁଷ୍ପା ଜଂଳୀ କହଁରଙ୍କ ଏହି ବହୁ ଚର୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା କାଳିଆ ଗତ ଏପ୍ରିଲ ୯,୨୦୧୫ରେ ଜନ୍ମଗ୍ରହଣ କରିଥିଲେ। ଆଉ ଗତ ଅଗଷ୍ଟ ୨୮ , ୨୦୧୭ରେ ଦିଲ୍ଲି ଏମସରେ ସଫଳ ଅପରେସନ କରି ଉଭୟଙ୍କୁ ଅଲଗା କରାଯାଇଥିଲା । ଅପରେ ସନ ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କା ପ୍ରଦାନ କରିଥିଲେ। ସେହିପରି ବହୁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦେଇଥିଲେ।
ହେଲେ ଅପରେସନ ପରେ କାଳିଆର ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେଇନଥିଲା
ଆଉ ଡାକ୍ତରମାନଙ୍କ ଶତଚେଷ୍ଟା ସତ୍ଵେ ନଭେମ୍ବ ର ୨୫ରେ କଟକ ବଡ ଡାକ୍ତରଖାନାରେ କାଳିଆର ମୃତ୍ୟୁ ଘଟିଥିଲା।
ତେବେ ଜଗା ସୁସ୍ଥ ଥିବାରୁ ତାକୁ ଏଠାକୁ ଅଣାଯାଉଥିବା କୁହାଯାଉଛି ।

Leave a comment

Your email address will not be published. Required fields are marked *