#Uncategorized

କୋଟଗଡ଼ ବ୍ଲକରେ ବିଜେଡ଼ିର ମିଶ୍ରଣ ପର୍ବ: ବିଜେପି ଓ କଂଗ୍ରେସ ଦଳ ଛାଡ଼ି ୪୦୦ରୁ ଉର୍ଦ୍ଧ୍ବ ଲୋକ ବିଜେଡିରେ ସାମିଲ


ବାଲିଗୁଡ଼ା:(ଉଲାପ୍ର):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କୋଟଗଡ଼ ବ୍ଲକ୍ ରେ ବିଜେଡ଼ିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ଓରା ଗ୍ରାମପଞ୍ଚାୟତ ଓ କୋଟଗଡ଼ ଗ୍ରାମ ପଞ୍ଚାୟତର ଚାରି ଶହରୁ ଉର୍ଦ୍ଧ୍ବ ପରିବାର ବିଜେପି ଓ କଂଗ୍ରେସ ଦଳ ଛାଡ଼ି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ବର୍ଷବର୍ଷ ଧରି ବିଜେପି ଓ କଂଗ୍ରେସ ଦଳ ପାଇଁ କାମ କରିଆସୁଥିଲେ ମଧ୍ୟ ଦଳ ସେମାନଙ୍କୁ ଅଣଦେଖା କରିବା ସହ ଅଞ୍ଚଳର ବିକାଶ ଦିଗରେ କୌଣସି ଦୃଷ୍ଟି ଦେଉନଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଓଡ଼ିଶାର ଜନସାଧାରଣଙ୍କ ପ୍ରତି ଭଲପାଇବା ଓ ଓଡ଼ିଶାର

ବିକାଶକୁ ଦେଖି ଅଞ୍ଚଳବାସୀ ଆକୃଷ୍ଟ ହୋଇଛନ୍ତି ଏବଂ ବିଧିବଦ୍ଧ ଭାବେ ଚାରି ଶହରୁ ଉର୍ଦ୍ଧ୍ବ ପରିବାର ବିଧାୟକ ଚକ୍ରମଣି କହଁରଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ୍ ହୋଇଥିବା କହିଛନ୍ତି ଅଞ୍ଚଳବାସୀ । ସେପଟେ ବିଳମ୍ବରେ ହେଲେ ମଧ୍ୟ ଏହି ଅଞ୍ଚଳବାସୀ ସବୁ କଥା ବୁଝିଛନ୍ତି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳିରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ କୋଟଗଡ଼ ବ୍ଲକରେ ବିଜେଡ଼ି ଆହୁରି ଶକ୍ତିଶାଳୀ ହେବ ବୋଲି କହିଛନ୍ତି ବିଧାୟକ ଚକ୍ରମଣି କହଁର ଓ ସା଼ଂସଦ ପ୍ରତିନିଧି ମନୋଜ କୁମାର ସାବତ । ଏହି କାର୍ଯ୍ୟକ୍ରମରେ ବ୍ଲକ୍ ବିଜେଡି ଉପସଭାପତି ସୁରଦା ପ୍ରଧାନ, ବ୍ଲକ୍ ଅଧ୍ୟକ୍ଷା ସବିତା ମଲ୍ଲିକ, ଉପାଧ୍ୟକ୍ଷ ଜି.ଭି.ପାନ୍ତୁଲୁ ରମଣ, ଜିଲ୍ଲା ଯୁବ ସମ୍ପାଦକ ମହେନ୍ଦ୍ର ପଣ୍ଡାଙ୍କ ସମେତ ଅନ୍ୟ କର୍ମକର୍ତ୍ତା ସାମିଲ ଥିଲେ ।

Leave a comment

Your email address will not be published. Required fields are marked *