#Breaking News #District

ସ୍ଵାସ୍ଥ୍ୟ ସଚିବ ଙ୍କ ସଦର ମହକୁମା ଡାକ୍ତରଖାନା ପରିଦର୍ଶନ


ଫୁଲବାଣୀ ( ଉଲ୍ଲାପ୍ର )
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ
କନ୍ଧମାଳ ଗସ୍ତ ରେ ଆସି ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା ପରିଦର୍ଶନ ରେ ଯାଇ ଡାକ୍ତରଖାନା ର ଶିଶୁ. ମହିଳା ୱାର୍ଡ, ନ୍ୟୁଟ୍ରିସନ ସେଣ୍ଟର ଆଦି ବୁଲି ଦେଖିବା ସହ ଚିକିତ୍ସାଧୀନ ରୋଗୀ ଓ ସମ୍ପର୍କୀୟ ମା ନଙ୍କୁ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ l
ସେହିପରି ଡାଏଲେସିସ ସେଣ୍ଟର ଯାଇ ସେଠାରେ ସମସ୍ତ ବ୍ୟବସ୍ଥା ପଚାରି ବୁଝିଥିଲେ l ରୋଗୀମାନେ ମାଗଣା ରେ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ପାଉଥିବା ନେଇ ସ୍ୱାସ୍ଥ୍ୟ ସଚିବ ଙ୍କୁ କହିଥିଲେ l
ଡାକ୍ତର ଖାନା ର ସ୍ୱଛତା ଓଉନ୍ନତମାନର ସ୍ୱାସ୍ଥ୍ୟ ସେବା ଦେଖି ଖୁସି ବ୍ୟକ୍ତ କରିଥିଲେ l
ଜିଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଓ ଡାକ୍ତର ମାନଙ୍କ ନିରନ୍ତର, ନିଷ୍ଠା ଓ ଆନ୍ତରିକତାର ସହ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ଜାଣି ଖୁସି ବ୍ୟକ୍ତ କରିଥିଲେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ l ଏହାପରେ ସଚିବ ନିର୍ମାଣ ଧୀନ ମେଡିକାଲ କଲେଜ କାର୍ଯ୍ୟ ତଦାରଖ କରିବା ସହ ନିର୍ଧାରିତ ସମୟ ସୀମା ମଧ୍ୟରେ ସାରିବା ଲାଗି ନିର୍ଦେଶ ଦେଇଥିଲେ l

Leave a comment

Your email address will not be published. Required fields are marked *