#Uncategorized

ଓଡିଶା ମିଲେଟ ମିଶନ ଆନୁକୂଲ୍ୟରେ ମୁଣ୍ଡମହୁଲ ଗ୍ରାମରେ ଖାଦ୍ୟ ଉତ୍ସବ ଉଦଘାଟିତ

ବରଗଡ଼(ଉଲାପ୍ର)ଓଡିଶା ମିଲେଟ ମିଶନ ବିଜେପୁର ଆନୁକୂଲ୍ୟରେ ତାଲପଦର ପଂଚାୟତ ଅନ୍ତର୍ଗତ ମୁଣ୍ଡମହୁଲ ଗ୍ରାମ ରେ ଦୁଇ ଦିନିଆଁ ମାଣ୍ଡିଆ ଉପରେ ଖାଦ୍ୟ ଖାଦ୍ୟ ଉତ୍ସବ ଉଦଘାଟିତ ହୋଇଯାଇଛି l ଆଜିକାର ଏହି କାର୍ଯ୍ୟକ୍ରମ କୁ କୃଷି ବିଭାଗ ର ଭିଏଡବ୍ଲୁ ଶ୍ରୀଯୁକ୍ତ ସନ୍ୟାସୀ ସେଠ୍ ଉଦଘାଟନ କରି ମାଣ୍ଡିଆ ଚାଷ ବିଷୟରେ ଆଲୋଚନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସୁବୋଧ ସାହୁ ପ୍ରୋଜେକ୍ଟ କୋରଡ଼ିନେଟର ଇଶକ୍ତି ପ୍ରକଳ୍ପ, ରବି ରଣା, ଗୌର ରଣା ଓଡିଶା ମିଲେଟ ମିଶନ ଯୋଗଦାନ କରିଥିଲେ l ସାମ୍ପ୍ରତିକ ପରିସ୍ଥିତି ରେ ଅନ୍ନପୂର୍ଣ୍ଣା ସ୍ୱୟଂ ସହାୟକ ଗୋଷ୍ଠୀ ମୁଣ୍ଡମହୁଲ ଗ୍ରାମ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟ ଶ୍ରୀଯୁକ୍ତ ସେଠ୍ ଙ୍କ ଦ୍ୱାରା ଦିଆଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଭୋଳାନାଥ ପଧାନ ଓ ମହାଦେବ ସାହୁ ସହଯୋଗ କରିଥିଲେ l ସାମ୍ପ୍ରତିକ କରୋନା କୁ ନେଇ ସମସ୍ତେ ସାମାଜିକ ଦୂରତା ତଥା ମାସ୍କ ପିନ୍ଧି ସ୍ୱୟଂ ସହାୟକ ଗୋଷ୍ଠୀ ରେ ମହିଳା ମାନେ ଖାଦ୍ୟ ପ୍ରସ୍ତୁତ କରିଥିଲେ l ଆଜିକାର କାର୍ଯ୍ୟକ୍ରମ କୁ ରବି ରଣା ପରିଚାଳନା କରିଥିଲେ l ପରିଶେଷରେ ଗ୍ରାମର କୁନି କୁନି ପିଲାଙ୍କୁ ମାଣ୍ଡିଆ ରେ ତିଆରି ଖାଦ୍ୟ ମାଗଣାରେ ଦିଆଯାଇଥିଲା l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *