#Breaking News

ଫୁଲବାଣୀ ପ୍ରେସ କ୍ଲବ ପକ୍ଷରୁ ଜାତୀୟ ପ୍ରେସ ଦିଵସ ପାଳିତ


ଫୁଲବାଣୀ (ସୁନୀଲ ପଟନାୟକ )
ମଙ୍ଗଳବାର ଜ଼ିଲ୍ଲା ପ୍ରଶାସନ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜ଼ିଲ୍ଲା ପ୍ରେସ କ୍ଲବ ଫୁଲବାଣୀ ପକ୍ଷରୁ ପଂଚାବନ ତମ ଜାତୀୟ ପ୍ରେସ ଦିଵସ ପାଳିତ ହୋଇଯାଇଛି ଏ ହି ଅବସର ରେ ମୁଖ୍ୟ ଅତିଥୀ ଭାବେ ଆଇ ଟି ଡି ଏ ପ୍ରକଳ୍ପ ପ୍ରଶl ସକ ବୀରେନ୍ଦ୍ର କୁମାର ଦାଶ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଡ଼. ରଞ୍ଜନକୁମାର ପ୍ରଧାନ, ସମ୍ମାନିତ ଅତିଥୀ ଭାବେ ବରିଷ୍ଠ ସାମ୍ବାଦିକ ଡ଼. ଅରୁପ କୁମାର ଜେନା, ଶିବ ପ୍ରସାଦତ୍ରୀପାଠି ପ୍ରମୁଖ ଯୋଗ ଦେଇ କୋରାନା ମହାମାରୀ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ଜୀବନ କୁ ବାଜି ଲଗାଇ ସମ୍ବାଦ ପରିବେଷଣ କରିବା ସହ ଲୋକମାନଙ୍କ ମଧ୍ୟରେ କୋରନା ସଚେତନ ତା ସୃଷ୍ଟି କରିପ୍ରଶାସନ କୁ ସହଯୋଗ କରି ଥିବାରୁ ମଞ୍ଚା ସିନ ଅତିଥୀ ମାନେଭୁୟସୀ ପ୍ରଶଂସା କରିଥିଲେ l
ସେହିପରି ସାମ୍ବାଦିକ ମାନେ କାର୍ଯ୍ୟ କରିବା ସମୟରେ ଅସୁରକ୍ଷିତ ହୋଇପଡୁଥିଲେ ମଧ୍ୟ ସରକାର ସାମ୍ବାଦିକ ଙ୍କୁ ସୁରକ୍ଷା ଯୋଗେଇ ଦେଉ ନଥିବା କଥା କହି ସମ୍ମାନିତ ଅତିଥୀ ତଥା ବରିଷ୍ଠ ସା ମ୍ବା ଦିକ ଡ଼. ଅରୁପ ଜେନା ଉଦବେଗ ପ୍ରକାଶ କରି ଥିଲେ l ସରକାର ସାମ୍ବାଦିକ ମାନଙ୍କ ପାଇଁ ସୁରକ୍ଷା ଆଇନ ପ୍ରଣୟନ କ ରିବା ସହ ବୀମା ରାଶି ବୃଦ୍ଧି ସହ ପେନ ସନ ବ୍ୟବସ୍ଥା ଲାଗୁ କରିବା ପାଇଁ ଦାବିକରିଥିଲେ l
ଏହି ଅବସର ରେ ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ ବେହେରା ଅତିଥୀ ପରିଚୟ ପ୍ରଦାନ କରିଥିଲେ l
ଅଶୋକ ମହାନ୍ତି ସଭା ପରିଚାଳନା କରିଥିବାବେଳେ ଅନ୍ୟମାନେ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l
ସେହିପରି ସହର ର ଅନ୍ୟ ଏକ ଗଣ ମାଧ୍ୟମ ସଂଗଠନ ମି ଡି ଆ ଫୋରମ ପକ୍ଷରୁ ଆଇ ଟି ଡି ଏ ସମ୍ମିଳନୀ କକ୍ଷ ଠାରେ ମଧ୍ୟ ସଭା ପତି ସୁନୀଲ ବିଶ୍ୱାଳ ଙ୍କ ସଭା ପତିତ୍ବ ରେ ଜାତୀୟ ପ୍ରେସ୍ ଦିଵସ ପାଳନ କରାଯାଇଥିଲା lଏଥିରେ ବରିଷ୍ଠ ସାମ୍ବାଦିକ ଡ଼ ଅରୁପ ଜେନା, ଉପଜ଼ିଲ୍ଲାପାଳ, ଫୁଲବାଣୀ ଶେଷ ଦେବ ମିଶ୍ର, ପ୍ରଶାନ୍ତ ବେହେରା, ସନ୍ତୋଷ ଡିଗାଲ, ପ୍ରମୁଖ ଯୋଗ ଦେଇଥିଲେ l ସମ୍ପାଦକ ସୂର୍ଯ୍ୟ ନାରାୟଣ ବେହେରା ସ୍ୱାଗତଭାଷଣ ଦେଇଥିଲେ l

Leave a comment

Your email address will not be published. Required fields are marked *