#Breaking News

ଜିଲ୍ଲା ପରିଷଦ ଷ୍ଟାଣ୍ଡି କମିଟି -ଜି-ର ବୈଠକ


ବରଗଡ଼ ୭/୧୦(ସତ୍ୟ ନାରାୟଣ ପ୍ରଧାନ)
ବରଗଡ଼ ଜିଲ୍ଲା ପରିଷଦ-ଜି-ର ଷ୍ଟାଣ୍ଡି କମିଟି ର ବୈଠକ ଆଜି ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପରିଷଦ ର ସଭ୍ୟ ଯୁବରାଜ ପ୍ରଧାନ ଙ୍କ ସଭାପତିତ୍ବ ଅନୁଷ୍ଠିତ ବୈଠକରେ ଜିଲ୍ଲା ରେ ଶିକ୍ଷା ଓ କ୍ରୀଡ଼ା ସମ୍ପର୍କରେ ଆଲୋଚନା ହୋଇଥିଲା। କୋଭିଡ କଟକଣା ଯୋଗୁଁ ଜିଲ୍ଲାର ସମସ୍ତ ସ୍କୁଲ ର ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଅନ ଲାଇନରେ ପାଠ ପଢ଼ୁଛନ୍ତି। ଜିଲ୍ଲା ର କେବଳ ୪୨% ଛାତ୍ର ଛାତ୍ରୀ ଏହି ପାଠପଢ଼ା ରେ ସାମିଲ ହୋଇପାରୁଛନ୍ତି ବୋଲି ବୈଠକରେ ଉଦବେଗ ପ୍ରକାଶ ପାଇଥିଲା। ଏହାର ମୁଖ୍ୟ କାରଣ ଅନେକ ଅଭ୍ୟନ୍ତରୀଣ ଅଞ୍ଚଳରେ ଇଣ୍ଟରନେଟ ସୁବିଧା ଉପଲବ୍ଧ ହୋଇପାରୁନଥିବା ବେଳେ ଅନେକ ଗରିବ ଶ୍ରେଣୀର ଲୋକମାନଙ୍କ ପାଖରେ ସ୍ମାର୍ଟ୍ ଫୋନ୍ ନଥିବାରୁ ପାଠପଢ଼ା ସମ୍ଭବ ହୋଇପାରୁନାହିଁ ବୋଲି ବିଭାଗୀୟ ଅଧିକାରୀ ରାଧାକାନ୍ତ ଛତ୍ରୀ ଉତ୍ତର ରଖିଥିଲେ। ସେହିପରି ବର୍ତ୍ତମାନ କରୋନା ଯୋଗୁଁ ବନ୍ଦ ଥିବା ସ୍କୁଲ ର ପାରିପାର୍ଶ୍ବିକ ଅବସ୍ଥିତି ଠିକ୍ ରଖିବା, ସ୍କୁଲ ମରାମତି, ନିର୍ମାଣ କାର୍ଯ୍ୟ ରେ ସ୍ବଚ୍ଛତା, ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଚାଉଳ ଓ ଅନ୍ୟ ଖାଦ୍ୟ ପଦାର୍ଥ ର ଗୁଣାତ୍ମକ ମାନ ଉପରେ ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। କ୍ରୀଡା ସମ୍ପର୍କରେ ଆଲୋଚନା ବେଳେ ଜିଲ୍ଲା ର ୧୨ ଟି ବ୍ଲକ ରେ ତିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ୪ ସହରାଞ୍ଚଳ ରେ ତିନି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ଜିଲ୍ଲା ର ୫ଟି ସ୍ଥାନରେ ଇନଡୋର ଷ୍ଟାଡିୟମ ନିର୍ମାଣ ପାଇଁ ସରକାରୀ ଆଦେଶ ମିଳି ସାରିଥିବା ବେଳେ ବରଗଡ଼ ସହରାଞ୍ଚଳ ରେ ଜାଗା ମଧ୍ୟ ଚିହ୍ନଟ ହୋଇସାରିଛି ବୋଲି ଜିଲ୍ଲା କ୍ରୀଡ଼ା ଅଧିକାରୀ ତୁଷାର କାନ୍ତି ମିଶ୍ର ପ୍ରକାଶ କରିଥିଲେ। ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଉପାଧ୍ୟକ୍ଷ ମଦନ ଦୀପଙ୍କ ସମେତ ସଭ୍ୟ ସଭ୍ୟା ଶଙ୍କର ଖାଲକୋ, ଉମେଶ ବେହେରା, ଅଶୋକ ସାହୁ, କୁମୁଦିନୀ ସାହୁ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ର ବିଭିନ୍ନ ବିଭାଗର ଅଧିକାରୀ ମାନେ ମଧ୍ୟ ବୈଠକ ରେ ଉପସ୍ଥିତ ଥିଲେ। ଶେଷରେ ସଭ୍ୟା ନନ୍ଦିନୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment

Your email address will not be published. Required fields are marked *