#Breaking News

କନ୍ଧମାଳରେ ୫ ଲକ୍ଷ ୫୪ହଜାର ୫ ୪୧ ଭୋଟର, ପୁରୁଷଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ


ଫୁଲବାଣୀ(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲାରେ ମୋଟ ଭୋଟରଙ୍କ ସଂଖ୍ୟା୫ ଲକ୍ଷ ୫୪ହଜାର ୫୪୧କୁ ବୃଦ୍ଧି ପାଇଛି । ପୂର୍ବରୁ ଭୋଟରଙ୍କ ସଂଖ୍ୟା ୫ଲକ୍ଷ ୩୮ହଜାର୯୭୧ ଥିଲା ତେବେ ବର୍ତ୍ତମାନ ୧୫ହଜାର ୫୭୦ଭୋଟରବଢିଥିବା ଜଣା ପଡିଛି । ମୋଟଭୋଟର
୫ ଲକ୍ଷ ୫୪ ହଜାର ୫୪୧ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ୬୮ହଜାର୪୭୨ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୮୬ହଜାର ୭ ରହିଛି । ପୁରୁଷ ଭୋଗର କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା ପାଖାପାଖି ୧୮ ହଜାର ଅଧିକ ରହିଛି ।
ଏହି ଚୁଡାନ୍ତ ତଥା ସଂଶୋଧନଭୋଟର ତାଲିକା ସମସ୍ତ ରାଜନୈତିକ ଦଳକୁ ପ୍ରଦାନ କରାଯାଇଥିବା ଜିଲ୍ଲା ନିର୍ବାଚନ ଅଧିକାରିବୁନା ପ୍ରଧାନ କହିଛନ୍ତି।

Leave a comment

Your email address will not be published. Required fields are marked *