#Uncategorized

ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ପବୀତ୍ର ଦଣ୍ଡନାଚ ଆରମ୍ଭ


ଫୁଲବାଣୀ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଗୁରୁବାର ମଧ୍ୟରାତ୍ରିରେ ରିତି ନିତୀ ପ୍ରକାରେ ଜିଲ୍ଲାରେ ଥିବା ଦାମିଙ୍ଗା, ବଲସ ଗୁମ୍ଫା, ଟିକା ବାଲି ଦଣ୍ଡକାଳୀ କମିଟି ପକ୍ଷରୁ ପାଟଭୋକ୍ତ । ଓ ଦଣ୍ଡୁଆମାନେ ପୁ ଜାର୍ଚ୍ଚନା କରିବା ପରେ ଦଣ୍ଡ ଉଠିଥିଲା।
ଫଳରେ ଗ୍ରାମାଞ୍ଚଳରେ ଏବେଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଏହି ଦଣ୍ଡ ଆସନ୍ତା ମେରୁ ସଂକ୍ରାନ୍ତିରେ ଉଦ୍‌ଯାପିତ ହେବ ।
ସୂଚନାଯୋଗ୍ୟଯେ,ବହୁ ଆଲୋଚନା ପର୍ଯ୍ୟା ଲୋଚନା ପରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଦଣ୍ଡ ନାଚ ପାଇଁ ଅନୁମତି ପ୍ରଦାନ କରିଥିଲେ । ଏ ନେଇ ପ୍ରଶାସନ ଏସଓପି ଜାରୀ କରିଛି । ଦେଶ ତଥା ରାଜ୍ୟରେ କରୋନାର ଦ୍ୱିତୀୟଲହର ବଢୁଥିବା କାରଣ ରୁ ପ୍ରଶାସନ କଟକଣା ଜାରୀ କରିଛି । ଦଣ୍ଡନାଟ ବେଳେ ଅପେରା, ଡିଜେ, ନୃତ୍ୟ, ଗୀତ, ସଂସ୍କୃତିକ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ବାରଣ କରିଛି ପ୍ରଶ। ସନ। କେବଳ ପରମ୍ପରା ଓ ପ୍ରଥା ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ୫୦ଜଣରୁ ଅଧିକା ଲୋକ ସାମିଲ ହୋଇ ପାରିବେନି । ଏଥିସହ ସାମାଜିକ ଦୂରତା ରକ୍ଷାକରିବା ସହ ମାସ୍କ ପିନ୍ଧିବା ବାଧ୍ଯତା ମୁଳକ । ହାତ ସାନିଟାଇଜ କରିବେ ।
. ଦଣ୍ଡନାଚ ସମୟରେ ଅଜଥା ଗହଳୀ ଯେପରି ନ ହେବ ସେଥି ପ୍ରତି ଆୟୋଜକମାନେ ଦୃଷ୍ଟି ଦେବେ। କୋଭିଡ଼ କିମ୍ଵା ଫ୍ଲୁ ଲକ୍ଷଣ ଥିବା ଦଣ୍ଡୁଆ ଓ ଭକ୍ତମାନଙ୍କୁ ଦଣ୍ଡନାଚ ସ୍ଥଳକୁ ବାରଣ କରାଯିବା।
ଦଣ୍ଡନାଚରେ କୌଣସି ପ୍ରକାର ସାମୁହିକ ଭୋଜନକୁ ବାରଣ କରାଯାଇଛି।
ଦଣ୍ଡନାଚ ସମୟରେ କୌଣସିଠାରେ ରାସ୍ତା ଅବରୋଧ ହେବନାହିଁ। କେବଳ ଖୋଲା ପଡ଼ିଆରେ ସାମାଜିକ ଦୂରତା ରଖି କାର୍ଯ୍ୟକ୍ରମ କରାଯିବା
ସେହିପରି୬୦ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ଓ ୧୦ ବର୍ଷରୁ କମ ଶିଶୁ । ଗର୍ଭବତୀ, ମହିଳା,
ଗୁରୁତର ରୋଗରେ ପିଡିତରୋଗୀମାନଙ୍କୁ ଦଣ୍ଡନାଟ ସ୍ଥଳୀକୁ ଯିବା ଲାଗି ବାରଣ କରିଛି ପ୍ରଶାସନ।
ଅଂ।ଶୁଘାତକୁ ଦୃଷ୍ଟିରେ ରଖି ଦିନ ୧୧ରୁ୩ଟା ମଧ୍ୟରେ କୌଣସି ଦଣ୍ଡନାଚ ହେବନାହିଁ।
ସେହିପରି ଆୟୋଜକମାନେ ଦଣ୍ଡନାଚ ପାଇଁ ନିଜ ନିଜ ବିଡିଓଙ୍କଠାରୁ ଅନୁମତି ଆଣିବା ବାଧ୍ୟତାମୂଳକ ।
ଦଣ୍ଡନାଚ ସମୟରେ କୋଭିଡ ୧୯ନିୟମପାଳନ ହେଉଛି କି ନାହିଁ ସଂପୃକ୍ତ ଅଞ୍ଚଳର ତହସିଲଦାର, ପୋଲିସ ଓ ଉପଜିଲ୍ଲ। ପାଳ ମାନେ ତ ଦାରଖ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।ଖିଲା ପ କଲେ ଆୟୋଜକମାନଙ୍କ ବିରୁଦ୍ଧରେ ପ୍ର।କୃତିକ ବିପର୍ଯ୍ୟୟ ଆଇନ ୨୦୦୫ ଓ ମହାମାରୀ ଆଇନ ୧୯୯୭ ଅନୁସାରେ ଦଣ୍ଡବିଧାନ ହେବ ବୋଲି ପ୍ରଶାସନ କହିଛି ।
ହେଲେ ଦଣ୍ଡୁଆମାନେ ପ୍ରଶାସନର ଏହି ନିୟମକୁ କେତେ ମାନୁଛନ୍ତି ତାହା ଆଗକୁ ଜଣାପଡିବ ।

Leave a comment

Your email address will not be published. Required fields are marked *