#Breaking News

ଫୁଲ ବାଣୀରିଜର୍ଭପଡ଼ିଆରେ.୮୭ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ


ଫୁଲବାଣୀ(ଉଲାପ୍ର)
ପୋଲିସ ଜନସାଧାରଣଙ୍କ ପାଖରେ ଯେପରି ଅଧିକରୁ ଅଧିକ ବିଶ୍ୱାସ ଭାଜନ ହୋଇପାରିବ ସେଥିପ୍ରତି ସଚେତନ ରହି ସର୍ବଦା ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ଉଚିତ ବୋଲି
ଫୁଲବାଣୀସ୍ଥିତ ରିଜର୍ଭପଡ଼ିଆଠାରେ ୮୭ତମଉତ୍କଳ ଦିବସ ଓ ରାଜ୍ୟପୋଲିସ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ଉତ୍ସବରେ କନ୍ଧମାଳ ଏସପି ଭିନିତ ଅଗ୍ରୱାଲ
ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ପୋଲିସ ବାହିନୀ ପକ୍ଷରୁ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ। ଏ ସପି ଅଗ୍ରୱ।ଲ।
କନ୍ଧମାଳ ଭଳି ମାଓ ଅଧୂଷିତ ଜିଲ୍ଲାରେ ପୋଲିସର କାର୍ଯ୍ୟକଳାପକୁ ନେଇ ଖୁସି ବ୍ୟକ୍ତ କରିଥିଲେ ।ଏହି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସପି, ଏସଡିପିଓ, ଆରଆଇଙ୍କ ସମେତ ବହୁ ବରୀଷ୍ଠ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ ।
ସେହିପରି ପବିତ୍ରଉତ୍କଳ ଦିବସ ଅବସରରେ
ଜିଲା ପ୍ରଶାସନ ଓଏମ କେଏସପିର ମିଳିତ ଅନୁକୁଲ୍ୟରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷାନନ୍ଦିନୀ ମଳିକ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି କୁ ବଜାୟ ରଖିବା ଲାଗି କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପୌରାଧକ୍ଷ। ସ୍ମିତାରାଣି ମହାନ୍ତି, ଉପଜିଲାପାଳ ଶେଷଦେବ ମିଶ୍ର, ପ୍ରମୁଖ ଯୋଗ ଦେଇଥିଲେ । ଏମକେ ଏସପି ର ସଂପାଦକ ବିଜୟ ମହାନ୍ତି ସ୍ଵାଗତ ଭାଷଣ ଓ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ।
ଜିଲାପାଳ ଡ଼ବୃନ୍ଦ । ଡି ସଭାପତିତ୍ଵ କରିଥିଲେ । ଶେଷରେ ରଙ୍ଗାରଙ୍ଗସଂ।ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଅନୁଷ୍ଠିତ ହୋଇଥିଲା

Leave a comment

Your email address will not be published. Required fields are marked *