#Breaking News #District #Entertainment

ଶ୍ରୀ ଗୁଣ୍ଡିଚା ଭଜନ ସଂଧ୍ୟାର ଦ୍ବିତୀୟ ଦିବସ


ଢେଙ୍କାନାଳ( ଉଲ୍ଲାପ୍ର )ଢେଙ୍କାନାଳ ବାଜିଚୌକ ଠାରେ ଶ୍ରୀଗୁଣ୍ଡିଚା ଭଜନ ସମାରୋହର ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥ୍ ଉପ-ଆରକ୍ଷୀ ଅଧ୍ୟକ୍ଷକ ସୂର୍ଯ୍ୟମଣି ପ୍ରଧାନ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଅରୁଣ ସାହୁ ଓ ଅଜୟ ନାଏକ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥୁ ଶ୍ରୀ ପ୍ରଧାନ ଜଗନ୍ନାଥ ସଂସ୍କୃତିର ସମ୍ୟକ ଧାରଣା ଦେଇ ଉପସ୍ଥିତ ଥିବା ସମସ୍ତ ଜନସାଧାରଣଙ୍କୁ ଏହାର ସୁଯୋଗ ନେବାକୁ ଅନୁରୋଧ କରିଥିଲେ । ଏହି ୨୪ ବର୍ଷ ଭଜନ ସମାରୋହ ଉପରେ ଆଲୋକପାତ କରିବା ସହିତ ଅନୁଷ୍ଠାନର ଉତରୋତର କାମନା କରିଥିଲେ । ସଭାମତି ରୁଦ୍ରାନ୍ନ କୁମାର ଦଳେଇ, ଉପସନାପତି ସ୍ୱରୂପାନନ୍ଦ ଦାସ, ସଂପାଦକ ସାଗୀର ମହମ୍ମଦ, ସହ-ସମ୍ପାଦକ ରଞ୍ଜନ କୁମାର ନାଏକ, ଉପଦେଷ୍ଟା ଓ ସଭ୍ୟମାନେ ପରିଚାଳନା କରିଥିଲେ । ଅଛି ସଂଧ୍ୟାରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ମାଙ୍କୁ ପହଣ୍ଡି କରି ଗୁଣ୍ଡିଚା ମନ୍ଦିରକୁ ନେଇଥିଲେ । ସମର ଭୁବନେଶ୍ବରର ସୁର୍ ସର୍‌ଗମ୍ ପକ୍ଷରୁ ଗୁଜନ ପରିବେଷଣ କରାଯାଇଥିଲା । ଗୀତିକାର ଶାନ୍ତି ସରୂପ ପଟ୍ଟନାୟକ ‘ଗୋପ ନଗରୀରୁ ଚିଠି ଆସିଛି, ଲକ୍ଷ୍ମୀପ୍ରସାନ୍ ମହାପାତ୍ର ‘ଶ୍ରୀ ଜଗନ୍ନାଥ’, ଟି. ବିଜନ୍ କୁମାର ‘ଧର୍ମ କାନ୍ଦୁଛି ମା’ ଗୀତ ଗାଇ ସ୍ରୋତାମାନଙ୍କୁ ମନମୁଗ୍ଧ କରିଥିଲେ ।

Leave a comment

Your email address will not be published. Required fields are marked *