#Breaking News

ବାଲିଗୁଡା : ୭୨ତମ ବନ ମହୋତ୍ସବ ଓ ଚାରା ବିତରଣ କେନ୍ଦ୍ର ଉଦଘାଟିତ


ବାଲିଗୁଡା,୦୧/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ୭୨ତମ ବନ ମହୋତ୍ସବ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲ୍ଲାର ବାଲିଗୁଡା ବନଖଣ୍ଡ ପକ୍ଷରୁ ମଧ୍ୟ ବନ ମହୋତ୍ସବ ଓ ଚାରା ବିତରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ବାଲିଗୁଡ଼ା ଡିଏଫଓ ବିଶ୍ୱନାଥ ନୀଳନବର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ସ୍ଥାନୀୟ ମେଗା ନର୍ସରୀ ପରିସରରେ ବିଭିନ୍ନ କିସମର ଔଷଧୀୟ ଓ ଫଳ ଗଛ ଚାରା ରୋପଣ କରାଯାଇଥିଲା l ଏହା ସହ ବୁଡ଼ାଗୁଡ଼ା ଛକ ନିକଟରେ ଏକ ଚାରା ବିତରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗ ର କେନ୍ଦ୍ର ଅଧିକାରୀ ସୂର୍ଯ୍ୟନାରାୟଣ ଭୋଇ, ରେଞ୍ଜର ଉଦିତ କୁମାର ପ୍ରଧାନ, ଫରେଷ୍ଟର ମାନସ କୁମାର ସାହୁ, ଗାର୍ଡ ସତ୍ୟ ନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଚାରା ବିତରଣ କେନ୍ଦ୍ର ରେ ବିଭିନ୍ନ କିସମର ଔଷଧୀୟ ଓ ଫଳନ୍ତି ବୃକ୍ଷ ରହୁଥିବା ବେଳେ ଏହାର ମୂଲ୍ୟ ୧ଟଙ୍କା ରଖାଯାଇଥିବା ଫରେଷ୍ଟ ର ମାନସ କୁମାର ସାହୁ ପ୍ରକାଶ କରିଛନ୍ତି।

Leave a comment

Your email address will not be published. Required fields are marked *