#Breaking News

ଚିକିତ୍ସା ଅବହେଳା ରୁ ଶିଶୁ ମୃତ୍ଯୁ ଅଭିଯୋଗ


ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅବହେଳାରୁ ଦୁଇ ମାସର ଶିଶୁ ର ମୃତ୍ଯୁ ଅଭିଯୋଗ ହୋଇଛି l ଏଭଳି ଅଭିଯୋଗ ଆଣିଛନ୍ତି ଶିଶୁର ପିତା ଶିବୁ ଦିଗାଲ ଓ ମା ସୋନାଲି ବେହେରା । କନ୍ଧମାଳ ଜିଲ୍ଲା ଦୁତିମେଣ୍ଡି ପଞ୍ଚାୟତ ବୈଇକୁମ୍ପା ରୁ ଶିଶୁକୁ ନେଇ ଚିକିତ୍ସା ପାଇଁ ଫୁଲବାଣୀସଦର ମହକୁମା ଚିକିତ୍ସାଳୟ କୁ ଆଣିଥିଲେ। ପରିବାରଙ୍କ ଅଭିଯୋଗ ଅନୁସାରେ ଶିଶୁ ର ପରିଶ୍ରା ହଉ ନ ଥିବାରୁ ତିନିଦିନ ହେବ ଫୁଲବାଣୀ ଚିକିତ୍ସାଳୟକୁ ଆଣି ଥିଲେ, କିନ୍ତୁ ଡାକ୍ତର ଧନମଣି ପ୍ରଧାନ ଶିଶୁକୁ ଦୂରରୁ ଦେଖି କୁଆଡେ ସିରଫ ଲେଖି ଛାଡ଼ିଦେଇଥିଲେ। ଆଜି ସକାଳୁ ପୁର୍ନବାର ଆଣି ମେଡିକାଲରେ ଭର୍ତି କରିଥିଲେ ହେଲେ ନର୍ସ ଡ଼ାକ୍ତରଙ୍କୁ ନ ଡାକି ନିଜେ ଦେଖି ୱାର୍ଡ କୁ ପଠାଇଦେଇଥିଲେ। ତୁରନ୍ତ ଚିକିତ୍ସା ନମିଳିବାରୁ ଶିଶୁର ମୃତ୍ଯୁ ହୋଇଥିବାକଥା ଶିଶୁ ର ବାପା ଶିବୁ ଡିଗାଲ ଅଭିଯୋଗ କରି ଛନ୍ତି l

ତେଵେ, ଏ ନେଇ ଏଡିଏମ ଓ ଡାକ୍ତର ଅଭୟ ପଟ୍ଟନାୟକଙ୍କୁ ପଚାରିବାରେ
ସେ ଯଥାସମ୍ଭବ ଚିକିତ୍ସା କରାଯାଇଥିଲା ଆଉ ଶିଶୁଟି ଗୁରୁତର ଅବସ୍ଥl ରେ ଡାକ୍ତରଖାନା ଆସିଥିଲେ ବୋଲି କହିଥିଲେ l ତେଵେ ସେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ l

Leave a comment

Your email address will not be published. Required fields are marked *