#Uncategorized

ପେକ୍ସ ସମ୍ପାଦକ ଙ୍କୁ ନକଲି ମାଓବାଦୀ ଧମକପୂର୍ଣ୍ଣ ମେସେଜ, ଟଙ୍କା ଦିଅ ନ ହେଲେ ମୁଣ୍ଡ କାଟ୍


ବରଗଡ଼:- ପଚାଶ ହଜାର ଟଙ୍କା ଦିଅ ନ ହେଲେ ମାରି ଦେବୁ – ଲାଲ୍ ସଲାମ,।ଗତ ୧୩ ତାରିଖ ରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ର ଲଉଡ଼ି ଦର୍ହା ପେକ୍ସ ସମ୍ପାଦକ ରାଧେଶ୍ୟାମ ଖର୍ସେଲ ଙ୍କ ମୋବାଇଲ କୁ ଏପରି ଏକ ମେସେଜ ଆସିଥିଲା। ଏ ସଂପର୍କରେ ସେ କାହାକୁ କିଛି ନ କହି ଜଗଦଲପୁର ଥାନା ଅଧିକାରୀ ଲଳିତା ବାର୍ଲା ଙ୍କ ଠାରେ ଅଭିଯୋଗ କରିଥିଲେ। ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଥାନା ଅଧିକାରୀ ଘଟଣା ର ସ୍ପର୍ଶ କାତରତା କୁ ଦେଖି ତଦନ୍ତ ଆରମ୍ଭ କରିଥିଲେ।। ମୋବାଇଲ ରେ ମେସେଜ କୁ ଯାଞ୍ଚ କରିବା ପରେ ମେସେଜ ଟି ଜଟେସିରା ଗ୍ରାମ ର ସାନନ୍ଦ ସାହୁ,ସେହି ଗ୍ରାମର ଦୀପେଶ ପ୍ରଧାନ, ଓ ଜାମପାଲିର ଅକ୍ଷ ବାଗକୁ ପୋଲିସ ଧରିବାରେ ସଫଳ ହୋଇଥିଲେ। ଜଗଦଲପୁର ଥାନା ରେ କେଶ ନ ୨୩୮/୨୦ ରେ ବିଭିନ୍ନ ଦଫାରେ କେଶ ଋଜ୍ଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି।

ପେକ୍ସ ସମ୍ପାଦକ ଙ୍କୁ ନକଲି ମାଓବାଦୀ ଧମକପୂର୍ଣ୍ଣ ମେସେଜ, ଟଙ୍କା ଦିଅ ନ ହେଲେ ମୁଣ୍ଡ କାଟ୍

ଆଜିର ରାଶିଫଳ

ପେକ୍ସ ସମ୍ପାଦକ ଙ୍କୁ ନକଲି ମାଓବାଦୀ ଧମକପୂର୍ଣ୍ଣ ମେସେଜ, ଟଙ୍କା ଦିଅ ନ ହେଲେ ମୁଣ୍ଡ କାଟ୍

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *