#Uncategorized

୩ ଦଫାଦାବି ନେଇ ୮ ରେ ତାଳଚେର ବନ୍ଦ ଡାକରା


ତାଳଚେର(ଉଲାପ୍ର)ତାଳଚେର କ୍ରିୟାନୁଷ୍ଠାନ କମିଟି ଓ ଏକତା ମଞ୍ଚ ପକ୍ଷରୁ ଆଗାମୀ ୬ ଓ ୮ ରେ ଥର୍ମାଲ ବନ୍ଦ ପ୍ରସଙ୍ଗ ନେଇ ଆନ୍ଦୋଳନ ଡାକରା ଦିଆଯାଇଛି ତାଳଚେର ଥର୍ମାଲ ବନ୍ଦ ର ପୁନ ଵିଚାର ନକଲେ ଆନ୍ଦୋଳନ କୁ ତୀବ୍ରତର ହେବ ଏବଂ ,୬ରେ ପ୍ରତୀକ ଭାବେ ୪ ଘଣ୍ଟିଆ ଧର୍ମ ଘଟ ୭ରେ ପଥପ୍ରାନ୍ତ ସଭା ମାଧ୍ୟମରେ ସଚେତନତା କରାଯାଇ ୮ ତାରିଖ ଦିନ ତାଳଚେର ବନ୍ଦ ଆନ୍ଦୋଳନ କରାଯିବ ବୋଲି ସାଂସଦ ମହେଶ ସାହୁ ଙ୍କ ଦେଉଳବେଡା ସ୍ଥିତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ,ସାଂସଦ ଶ୍ରୀ ସାହୁ ଯୋଗଦେଇ ,ଥର୍ମାଲ ସମ୍ପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ଏଂଟପିସି ,ଗ୍ରୀଡ଼କୋ ଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଥିବାରୁ ସେହିଦିନ ପର୍ଯ୍ୟନ୍ତ କେବଳ ଧାରଣା ,ଦିଆଯିବ ।ତେବେ ନିଷ୍ପତ୍ତି ରେ ଯଦି ପୁରୁଣା ପ୍ଲାଣ୍ଟ ଚାଲିବା ସମ୍ପର୍କରେ ଆଲୋଚନା ନ ହୁଏ ଏବଂ କାର୍ଯ୍ୟରତ ୧୪୬୪ ଠିକା ଶ୍ରମିକ ଓ ପ୍ରାୟ ୩୦୦ ରୁ ଅଧିକ ନିୟମିତ କର୍ମଚାରୀଙ୍କ ପେଟ ପାଟଣା ପ୍ରତି ବିଚାର କରା ନ ଯାଏ ତେବେ ୬ ତାରିକରେ ୬ଟି ସ୍ଥାନରେ ୪ ଘଣ୍ଟିଆ ପ୍ରତୀକ ଭାବେ ଧର୍ମଘଟ କରାଯାଇ ଶାନ୍ତିପୂର୍ଣ୍ଣଭାବେ ଅର୍ଥନୈତିକ ଅବରୋଧ କରାଯାଇ ଏନଟିପିସି ,ନାଲକୋ,ଜେ ଆଇ ଟି ପି ଏଲ ଭୂଷଣ, ଓ ରାଜ୍ୟରବିଭିନ୍ନ ଶିଳ୍ପସଂସ୍ଥାକୁ କୋଇଲା ଚାଲାଣ ବନ୍ଦ କରାଯିବ, ୭ ତାରିଖ ରେ କ୍ଷତିଗ୍ରସ୍ତ ପଂଚାୟତ ବାସୀଙ୍କୁ ମାଇକ ଯୋଗେ ସଚେତନ କରାଯାଇ ୮ ତାରିଖଦିନ ସମ୍ପୂର୍ଣ ଭାବେ ତାଳଚେର କୁ ବନ୍ଦ କରାଯିବ ବୋଲି ସାଂସଦ ଶ୍ରୀ ସାହୁ ପ୍ରକାଶ କରିଛନ୍ତି, ରାଜ୍ୟ ମୁଖ୍ୟମନ୍ତ୍ରୀ କେନ୍ଦ୍ରସରକାରଙ୍କ ଶକ୍ତି ମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଓ କେନ୍ଦ୍ରମନ୍ତ୍ରୀ ମଧ୍ୟ ଥର୍ମାଲ ବନ୍ଦ ହେବନାହିଁବୋଲି ମିଡ଼ିଆ ମାଧ୍ୟମରେ ପ୍ରତିଶୃତି ଦେଇଥିଲେ, କିନ୍ତୁ ଶ୍ରମିକ ଙ୍କ ପ୍ରତି ଛଳନା କରାଯାଇ ଥର୍ମାଲ କୁ ବନ୍ଦ କରି ଦିଆଗଲା, ଠିକା ଶ୍ରମିକ ଙ୍କ ପରିବାର ବର୍ତ୍ତମାନ ଦୁର୍ଦିନ ରେ ଗତି କରିବାକୁ ଯାଉଛି , ଥର୍ମାଲ ପ୍ଲାଣ୍ଟ ବନ୍ଦ ଯୋଗୁଁ ଏଠାକାର ଅର୍ଥନୀତି ପ୍ରଭାବିତ ହେବାକୁ ଯାଉଛି, ପରକ୍ଷରେ ପ୍ରାୟ ୩୦ ହଜାର ଲୋକଙ୍କ ବେପାରବଣିଜ ପ୍ରତି ବିପଦ ଦେଖାଦେଇଛି ,ତେଣୁ ଥର୍ମାଲକ୍ରିୟାନୁଷ୍ଠାନକମିଟି ଓ ଏକତା ମଞ୍ଚ ,ପକ୍ଷରୁ ୩ଦଫା ଦାବି ନେଇ ଆଗାମୀ ୬ ତାରିଖରୁ ଆନ୍ଦୋଳନ ଚେତାବନୀ ଦେଇଛନ୍ତି ପ୍ରଥମେ ପୁରୁଣା ପ୍ଲାଣ୍ଟ ଚାଲିବା, ନୂତନ ପ୍ଲାଣ୍ଟ ଶୀଘ୍ର ଆରମ୍ଭ ହେବା, ଏବଂ ନୂତନ ପ୍ଲାଣ୍ଟ ଆରମ୍ଭ ହେବା ପୂର୍ବରୁ ପୁରୁଣା ପ୍ଲାଣ୍ଟକୁ ବନ୍ଦ ନ କରିବା ଇତ୍ୟାଦି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇ ଥିଲା ଆଜିର ଏହି ବୈଠକ ରେ ଶିକ୍ଷାବିତ ଡକ୍ଟର ନିମାଇଁ ଚରଣ ପ୍ରଧାନ ସଭାପତିତ୍ୟ କରିଥିଲା ବେଳେ , କେଶବ ଭୁତିଆ ,ଇଁ, ରମେଶ ବେହେରା, କାମ୍ୟନିଷ୍ଟ ନେତା ଦେବାଶିଷ ଘୋଷ ,ବାଉରି ବନ୍ଧୁ ବେଜ ,ଗଦାଧର ସାହୁ, ବିନୋଦ ଲାଲ ଭାଗ୍ୟଧର ମହାପାତ୍ର, ଶୋଭାଗ୍ୟ ମହାରଣା ତପନ ମହାରଣା, ପ୍ରକାଶ ସାହୁ, ମନରଞ୍ଜନ ମହାନ୍ତି, ଅଚୁତ ସାମଲ ବାବୁନି ସ୍ୱାଇଁ, ରୋହିତ ବେହେରା ,ନିର୍ମଳ ସାହୁ, ସୁନିଲ ପ୍ରଧାନ, ବାସୁଦେବ ସାହୁ ଙ୍କ ସମେତ ବହୁ ସଂଖ୍ୟକ ଶ୍ରମିକ କ୍ରିୟାନୁଷ୍ଠାନ କମିଟ ର ସଦସ୍ୟ ମାନେ ଉପସ୍ଥିତ ଥିଲେ ସାମ୍ବାଦିକ ଦୀପକ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

Leave a comment

Your email address will not be published. Required fields are marked *