#Breaking News #Uncategorized

ଫୁଲବାଣୀ ସମେତ ସମଗ୍ର ଜ଼ିଲା ରେ ବିଜୁ ବାବୁ ଙ୍କ ଶ୍ରାଦ୍ଧ ଦିଵସ ପାଳିତ


ଫୁଲବାଣୀ -(ସୁନୀଲ ପଟନାୟକ )- ଶନିବାର ସାରା ରାଜ୍ଯରେ ବିଜେଡି ତରଫରୁ ପ୍ରବାଦ ପୁରୁଷ ବିଜୁପଟ୍ଟନାୟକ ଙ୍କର ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା |
ଏହି ଅବସର ରେ କନ୍ଧମାଳ ଜିଲ୍ଲା ବିଜେଡି ପକ୍ଷରୁ ଫୁଲବାଣୀ ସଦର ମହକୁମା ବିଜୁ ପଟ୍ଟନାୟକ ଛକ ଠାରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ଓ ଫୁଲବାଣୀ ବିଧାୟକ୍ ଅଙ୍ଗଦ କହ୍ନର ଏବଂ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ଏକାଠି ହୋଇ ବିଜୁ ପଟ୍ଟନାୟକ ପ୍ରତିମୁର୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିବା ସହ ବିଜୁ ବାବୁଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ l କରୋନା କଟକଣା କୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳର କର୍ମକର୍ତ୍ତା ମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୁରତା ରଖି କାର୍ଯ୍ୟ କ୍ରମ କରିଥିଲେ | ଏହି ଅବସରରେ ଦଳକୁ ଆହୁରି ମଜବୁତ୍ କରିବା ସହ ଦଳକୁ ଆଗକୁ ନେବା ପାଇଁ କର୍ମକର୍ତ୍ତା ମାନଙ୍କୁ ଉଦବୋଧନ ଦେଇଥିଲେ ବିଜେଡି ଜିଲ୍ଲା ସଭାପତି | ବର୍ତ୍ତମାନ୍ କରୋନା ମହାମାରୀ ରୂପ ନେଉଥିବା ଯୋଗୁ ମାସ୍କ ପିନ୍ଧିବା ଜରୁରୀ ହେଇଥିବା ଯୋଗୁ ବିଜେଡି ଦଳ ତରଫରୁ ସାଧାରଣ ଲୋକ ଙ୍କୁ ମାସ୍କପିନ୍ଧିବା ନେଇ ସଚେତନ କରିବାସହ ମାସ୍କ ବଣ୍ଟନ କରାଯାଇଥିଲା | କରୋନା ମହାମାରୀ ନିୟମକୁ ଦୃଷ୍ଟିରେ ରଖି ନିରାଡ଼ମ୍ବର ଭାବେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା |

Leave a comment

Your email address will not be published. Required fields are marked *