#State #Tradition & Religion

କୋଭିଡ କଟକଣା ମଧ୍ୟରେ ଆଠଗଡ ରେ ୮୬ତମ ଉତ୍କଳ ଦିବସ ପାଳିତ


ଆଠଗଡ(ଉଲାପ୍ର)ଆଠଗଡ ଉପଖଣ୍ଡରେ ୮୬ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି,ସମ୍ପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଆଠଗଡ ଉପଜିଲ୍ଲାପାଳଙ୍କ ଅଫିସ ଗୃହରେ ଅନୁଷ୍ଠିତ ହୋଇଯାଇଛି ଉତ୍କଳ ଦିବସ,ଆଠଗଡ ଉପଜିଲାପାଳ ଅଜାମ୍ବର ମହାନ୍ତି ଏହି ଦିବସ ଅବସରରେ ଓଡ଼ିଆର ପ୍ରାଣ ପ୍ରତିଷ୍ଠାତା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାରାଜ,ଉତ୍କଳ ମଣି ଗୋପବନ୍ଧୁ ଦାସ,ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରିବା ସହିତ ପ୍ରଦିପ ପ୍ରଯ୍ୟଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା,ଭାଷାଭିତିକ ପ୍ରଥମ ରାଜ୍ୟ ଥିଲା ଓଡିଶା ବା ଉତ୍କଳ,ଯାହାକି ପରବର୍ତୀ ସମୟରେ ଅନ୍ୟ ରାଜ୍ୟ ଗଢି

ଉଠିଥିଲା,ଓଡିଶା ଆଜି ୮୬ ତମ ଜନ୍ମଦିନ ପାଳନ କରୁଛି,ହେଲେ ମାତୃଭୂମିର ବିକାଶ ପାଇଁ ଆମେମାନେ ଆମ ମା ପାଇଁ କରିଛେ କଣ, ସେଥିପାଇଁ ସମୟ ଆସିଛି ତର୍ଜମା କରିବାର,ଆମେ ମାନେ ଖାଲି ଏହି ସଭା ସମିତିରେ ନିଜକୁ ହଜାଇ ନଦେଇ ଆମକୁ ମା ମାଟି ପାଇଁ ଲଢେଇ ଜାରି ରଖିବାକୁ ପଡିବ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ, ଏହି ସଭାରେ ଆଠଗଡ ତହସିଲଦାର ତପନ କୁମାର ଖୁଣ୍ଟିଆ,ଆଠଗଡ ବିଡ଼ିଓ ଅରୁଣ କୁମାର ଦାସ, ଆଠଗଡ ଡିଏସପି ଆଲୋକ ରଞ୍ଜନ ରାୟ, ଉପଖଣ୍ଡ ଚିକିତ୍ସା ଅଧିକାରୀ ବିଜୟ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ନିଜନିଜର ମତବ୍ୟକ୍ତ କରିଥିଲେ, ଅତିରିକ୍ତ ଉପଜିଲାପାଳ ପ୍ରିୟବ୍ରତ ଦାସ ସଭାକାର୍ଯ୍ୟ ପରିଚାଳନା କରିଥିଲେ, ଉତ୍କଳ ଦିବସ ଅବସରରେ କୋଭିଡ କଟକଣା ମଧ୍ୟରେ କିଛି ସାମ୍ବାଦିକ, ସରକାରୀ ପଦାଧିକାରୀ ମାନଙ୍କୁ ନେଇ ଏହି ଦିବସ ଅନୁଷ୍ଠିତ ହୋଇଥିଲା।

Leave a comment

Your email address will not be published. Required fields are marked *