#Breaking News

ଲଗାଣ ବର୍ଷାରେ ଧୋଇଗଲା ମୁରୁଡ଼ି କୁପୁଡ଼ା ଆପ୍ରୋଚ ରୋଡର ପାର୍ଶ୍ଵ : ବିପଦ ସଙ୍କୁଳ ଅବସ୍ଥାରେ ଯାନବାହନ ଚଳାଚଳ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଲାଗି ରହିଛି ଲଗାଣ ବର୍ଷା । ଲଗାଣ ବର୍ଷା ଫଳରେ କେଉଠି ରାସ୍ତା ଧୋଇହୋଇଯାଇଛି ତ ଆଉ କେଉଁଠି ଭଙ୍ଗାପୋଲର ଆପ୍ରୋଚ ରାସ୍ତା ଧୋଇ ହୋଇଯାଇଥିବା ଦେଖିବାକୁ ମିଳିଛି । ଏହିଭଳି ଭାବେ ଦାରିଙ୍ଗବାଡ଼ି ଠାରୁ ରାଇକିଆ ରାସ୍ତା ଲେଙ୍ଗୁମାହା ନିକଟରେ ତିତିଲି ବାତ୍ୟା ଧୋଇ ହୋଇଯାଇଥିବା ମୁରୁଡ଼ି କୁପୁଡ଼ା ପୋଲର ଆପ୍ରୋଚ ରାସ୍ତାର ଅନେକ ଅଂଶ ଲଗାଣ ବର୍ଷାରେ ଧୋଇ ହୋଇଯାଇଛି । ଯାହା ଫଳରେ ସେହି ରାସ୍ତାରେ ବର୍ତ୍ତମାନ ବିପଦପୂର୍ଣ୍ଣ ଭାବରେ ଦାରିଙ୍ଗବାଡ଼ି ଠାରୁ ଫୁଲବାଣୀ, ରାଇକିଆ, ଭୁବନେଶ୍ୱର ଓ ବ୍ରହ୍ମପୁର ଆଦି ଅଞ୍ଚଳକୁ ବସ୍‌ ଚଳାଚଳ ହେଉଛି ।ଆପ୍ରୋଚ ରାସ୍ତାର ଅନେକ ଅଂଶ ବର୍ଷାରେ ଧୋଇ ଯାଇଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ଏଯାବତ କୌଣସି ମରାମତି କାର୍ଯ୍ୟ କରାଯାଇନଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ତିତିଲି ବାତ୍ୟାରେ ମୁରୁଡ଼ି କୁପୁଡ଼ା ପୋଲଟି ସମ୍ପୂର୍ଣ୍ଣ ଭାବେ ଧୋଇ ହେବାର ୫ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପୋଲ ନିର୍ମାଣ କାରା ନଯାଇ ଅସ୍ଥାୟୀ ଭାବରେ ଡାଇଭର୍ଶନ ରାସ୍ତାରେ ଯାନବାହନ ଚଳାଚଳ କରୁଥିଲା । ହେଲେ ବର୍ତ୍ତମାନ ଲଗାଣ ବର୍ଷାରେ ପୁଣି ପୋଲଟିର ଆପ୍ରୋଚ ରୋଡ ଧୋଇଯାଇଛି । ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ମରାମତି କରିବାକୁ ଦାବୀ ହେଉଛି l

Leave a comment

Your email address will not be published. Required fields are marked *