#Breaking News

ବରପାଲି ରେ ପୁସ୍ତକ ଉନ୍ମୋଚନ ଉତ୍ସବ


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ବରପାଲି ସ୍ଥିତ ଗଙ୍ଗାଧର ମେହେର କ୍ଲବ ପରିସରରେ ଆଜି ପୁସ୍ତକ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଇନ୍ଦୁମତୀ ଏବଂ ରଘୁନାଥ ବିଶିଙ୍କ ଉପନ୍ୟାସ ‘ ସବ୍ୟସାଚୀ’ ପ୍ରିୟମ୍ବଦା ର ପଞ୍ଚମ ସଂଖ୍ୟା କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ବକ୍ତା ଭାବେ ଡଃ କୃଷ୍ଣ କେଶବ ଷଡ଼ଙ୍ଗୀ ଯୋଗ ଦେଇ ଉନ୍ମୋଚିତ ପୁସ୍ତକ ସଂପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ପ୍ରଫେସର ସୁଦର୍ଶନ ପୁଜାରୀ ଯୋଗ ଦେଇ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଇନ୍ଦୁମତୀ କାବ୍ୟ ଉପରେ ଆଲୋଚନା କରିଥିଲେ। ସଭାକୁ ଡଃ ଘନଶ୍ୟାମ ପାଣିଗ୍ରାହୀ ସଂଯୋଜନା କରିଥିଲେ। ସଭାରେ ଅନେକ କବି ଲେଖକ ଯୋଗ ଦେଇଥିଲେ।

Leave a comment

Your email address will not be published. Required fields are marked *