#Uncategorized

ସାହୁକାରଙ୍କ ଶୋଷଣର ଶିକାର ଆଦିବାସୀ ମାନେ,ଶାଳ ମଞ୍ଜି ସଂଗ୍ରହକାରିଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁନି


ଫୁଲବାଣୀ- (ସୁନୀଲ ପଟନାୟକ)
ଏବେ ଶାଳ ମଞ୍ଜି ସଂଗ୍ରହ ରୁତୁ।କି ପିଲା କି ବୁଢା ସମସ୍ତେ ଏବେ ଗାଁ ଗାଁରେ ଶାଳ ମଞ୍ଜି ସଂଗ୍ରହ କରିବାରେ ବ୍ୟସ୍ତ l କନ୍ଧମାଳ ଜିଲ୍ଲାରେ ମୋଟ ଜଙ୍ଗଲ ପରିମାଣର ଶତକଡା ୭୦ ପ୍ରତିଶତ କେବଳ ଶାଳ ଜଙ୍ଗଲ ରହିଛି । ଫଳରେ ଖରା ଦିନ ଆସିଲେ ଶାଳ ଗଛରେ ଶାଳ ମଞ୍ଜି ଆସିଥାଏ।
ଶାଳଗଛରେ ମଞ୍ଜି ଗୁଡିକ ଶୁଖିବା ପରେ ପବନରେ ଆପେଆପେ ଝଡି ତଳେ ପଡିଥାଏ।
ସେଗୁଡିକୁ ଜିଲ୍ଲ

ର ଆଦିବାସୀ ପୁରୁଷ ମହିଳାମାନେ ସଂଗ୍ରହ କରିଥାନ୍ତି।
ସେହିପରି ଏବେ ସ୍କୁଲ ଛୁଟି ଥିବାରୁ ସ୍କୁଲ ପିଲାମାନେ ମଧ୍ୟ ଶାଳ ମଞ୍ଜି ସଂଗ୍ରହ କରିବାରେ ଲାଗିଥ।ନ୍ତି।
କନ୍ଧମାଳ ଜିଲା ରୁ ହଜାର ହଜାର ମେଟ୍ରିକ ଟନ ଶାଳ ମଞ୍ଜି ସଂଗୃହିତ ହୋଇଥାଏ
ପ୍ରତି ବର୍ଷ ଆଦିବାସୀ ଲୋକମାନେ ଏହି ଶାଳ ମଞ୍ଜି ସଂଗ୍ରହ କରିବାପରେ ଏହାକୁ ବିକ୍ରୀ କରି ବେଶ ଦୁଇ ପଇସା ରୋଜଗାର କରିଥାନ୍ତି.
ତେବେ ଚଳିତବର୍ଷ କରେ ନା ସଂକ୍ରମଣ ଯୋଗୁ ଶାଳ ମଞ୍ଜି ବିକ୍ରିବଟା କରିପାରିନଥିଲେ।
କମ ଦରରେ ପରେ ସାହୁ କାରମାନଙ୍କୁ ବିକ୍ରି କରିଥିଲେ ।
ଏବର୍ଷ ଦର ଟି କିଏ ବଢିବ ବୋଲି ଭାବି ଛନ୍ତି ଲୋକେ ।
ଶାଳ ମଞ୍ଜିରୁ ତେଲ ଓ ସାବୁନ ତିଆରି ହୋଇଥାଏ।
ଶାଳ ମଞ୍ଜି ଗୁଡି ଗୋଟାଇବା ପରେ ତାକୁ ଶୁଖାଇ ପେ।ଡି ତାର ପର ବାହାର କରି ବା ପରେ ମଞ୍ଜି ବାହାର କରିବିକ୍ରି କରାଯାଇଥାଏ। ହେଲେ ଏତେ କଷ୍ଟପରେ ବି ଉପଯୁକ୍ତ ମୂଲ୍ୟ ମିଳୁନି ଆଦି ବାସୀଙ୍କୁ, I ମାତ୍ର କିଲୋ ପିଛ।୨୦ ଟଙ୍କା ଦରରେ ବିକ୍ରି କରୁଛନ୍ତି ବାଧ୍ଯହୋଇ ।
ସେ ଯାହା ହେଲେବି ଏହି ଶାଳ ମଞ୍ଜି ନିଶ୍ଚିତଭାବେ ଜିଲ୍ଲାର ଆଦିବାସୀ ଲୋକଙ୍କୁ କିଛିଟା ରୋଜଗାର ଯୋଗାଇବ ବୋଲି ଆଶା କରାଯାଉଛି।
ତେବେ ଜଙ୍ଗଲ ବିଭାଗ ଶାଳ ମଞ୍ଜିର ଦର ନିର୍ଦ୍ଧାରଣ ହେଲେ କନ୍ଧମାଳ ଜିଲ୍ଲାର ଆଦିବାସୀମାନେ କିଛିଟା ଉପକୃତ ହୋଇପାରନ୍ତେ ବୋଲି ମତପ୍ରକାଶ ପାଉଚ୍ଛି

Leave a comment

Your email address will not be published. Required fields are marked *