#Uncategorized

ଫୁଲବାଣୀରେ ଶୌଚାଳୟ ଚକ ଚକିଆ ହେଲେ ତାଲା ଝୁଲୁଛି


ଫୁଲବାଣୀ_( ଉଲାପ୍ର)
ଶୌଚ଼।ଳୟ ଦେଖିବାକୁ ବାହାର ପଟୁ ଭାରି ଚକଚକିଆ । ଟାଇଲ ଲାଗି ସୁନ୍ଦର ହୋଇଛି ଟଏଲେଟ। ପାଣି ବ୍ୟବସ୍ଥା ମଧ୍ୟ ହୋଇଛି । ତା ସାଙ୍ଗକୁ ଅ।କର୍ଷଣୀୟ ରଙ୍ଗ ଲାଗିଛି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ ମଧ୍ୟ ହୋଇଛି ନିର୍ମାଣରେ । ହେଲେ ନିର୍ମାଣ ପରେ ତାଲା ଝୁଲୁଛି । କାମରେ ଆସୁନି । ଦିନେ କି ଦିନ ନୁହେଁ ମାସ ମାସ ହେଲାଣି ତାଲା ପଡିଛି।
ଏ ଚିତ୍ର ହେଉଛି ପିଅନପଡ଼ା ଶୌଚାଳୟର । ତ।ଲା ପଡିବା ଫଳରେ ସାଧାରଣ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି ।
ସେହିପରି ବଜାରରେ ପରିବା ମାର୍କେଟ ପାଖରେ ଏକ ଶୌଚାଳୟ ନିର୍ମାଣ ହୋଇଛି ସେଠି ବି ନିର୍ମାଣ ପରଠାରୁ ତାଲା ପ ଡିଛି । କେବେ ଖୋଲା ହେବ କେହି କିଛି କହିପାରୁନାହାନ୍ତି। ବଜାରକୁ ପରିବାର ନେଇ ଆସିଲେ ବଜାରରେ ପରିଶ୍ରା ଗାରଟି ଏ ନାହିଁ। ପୁରୁଷମାନେ କେଉଠି କିମିତି ଜରୁରୀ ସମୟରେ ଚଳାଇ ନେଉଥିବାବେଳେ ମହିଳାମାନଙ୍କ ସମସ୍ୟା କହିଲେ ନସରେ । ମହିଳା ଓ ପୁରୁଷ ଉଭୟଙ୍କ ସୁବିଧାପାଇଁ
ପରିବା ମାକୈଟ ସମ୍ମୁଖରେ ମଧ୍ୟ ମ୍ୟୁନିସପାଲଟି ପକ୍ଷରୁ ଲକ୍ଷାଧିକ ଟଙ୍କା ବାୟରେ ନିର୍ମାଣ ହୋଇଛି। ହେଲେ ସେଇଟା ବି ତାଲା ପଡିଛି। ଶୌଚାଳୟ ଦୁଇ ପାଖରେ ଚା ଓ ଫା ଷ୍ଟଫୁଡ଼ ଦୋକାନ । ଲୋକଙ୍କ ଭିଡ । ମହିଳାମାନେ ସେଠାକୁ କିଭଳି ଯିବେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସେଠାରୁ ଉଠା ଦୋକାନୀକୁ ହଠାଇଲେ ଯାଇ ଶୌଚାଳୟ ବ୍ୟବହାର କରିହେବ । ନଚେତ ନାହିଁ।
ସେହିପରି କେନ୍ଦୁପଦର, ନଦୀ ଖଣ୍ଡି ସାହି ଆଦି ଅନେକ ସ୍ଥାନରେ ମଧ୍ୟ ଗୋଷ୍ଠୀଗତ ଶୌଚାଳୟ ଗୁଡିକ ନିର୍ମାଣ ହେବାପରେ ତାଲା ପଡିଛି ।
ସେହିପରି ଜିଲ୍ଲା ସଦରମହକୁମା ଡାକ୍ତରଖାନା ପରିସରରେ ଓଏଫସିଆଇର ଛକ ନିକଟରେ ମଧ୍ୟ ଦୁଇଟି ସୁଲଭ ଶୌଚାଳୟ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ବାୟରେ ନିର୍ମାଣ କରାଯିବା ପରଠାରୁ ଗଲା ୧୦ ବର୍ଷ ହେଲା ତାଲା ଝୁଲୁଛି,। ତ।ଲା ପଡିରହିବା ଫଳରେ ଏବେ ସେଗୁଡିକ ଭାଙ୍ଗିରୁଜି ଗଲାଣି । ସୁଲଭ ଶୌଚାଳୟଗୁଡିକ ବ୍ୟବହାର ନହେବା ଯୋଗୁଁ
ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା କେବଳ ପାଣିରେ ପଡିବା ସାର ହେଉଛି ସିନା ସୁଫଳ ମିଳୁନି. ।
ଏଥିପ୍ରତି କନ୍ଧମାଳ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ଡି ଆରଡିଏ ତୁରନ୍ତ ଦୃଷ୍ଟିଦେଇ କାର୍ଯ୍ୟକ୍ଷମ କରିବାପାଇଁ ସାଧାରଣରେ ଦାବୀ ହେଉଛି।

Leave a comment

Your email address will not be published. Required fields are marked *