ଗୋଟିଏ ସିଫ୍‌ଟରେ ଚାଲିବ ଭୁବନେଶ୍ୱର ବିମାନ ବନ୍ଦର

admin | April 30, 2020 | 78 views |0 | Exclusive

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌ କଟକଣା ପ୍ରତ୍ୟାହାର ହେବା ପରେ ଗୋଟିଏ ସିଫ୍‌ଟରେ ଚାଲିବ ଭୁବନେଶ୍ୱର ବିମାନ ବନ୍ଦର। ସକାଳ ୧୦ଟାରୁ ସଂଧ୍ୟା ୬ଟା ଯାଏଁ ରହିବ ସିଫ୍‌ଟ। ଲକ୍‌ଡାଉନ୍‌ ପରେ ଏହି ଭଳି ନୂଆ ଏସ୍ଓପିରେ ବିମାନବନ୍ଦର କାର୍ଯ୍ୟ କରିବ ବୋଲି ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ।ଏୟାପୋର୍ଟ ଟର୍ମିନାଲରେ ଯାତ୍ରୀଙ୍କ ଗହଳି କମାଇବାକୁ ପ୍ରତି ଘଣ୍ଟାରେ କେବଳ ୨ଟି ବିମାନ ଯାଆସ କରିବ। ସାମାଜିକ ଦୂରତ୍ୱ ନିୟମ କଡ଼ାକଡ଼ି କରାଯିବ। ଯାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ପଥରେ ଗାର ଟଣାଯିବ। ଯାତ୍ରୀଙ୍କ ବସିବା ପାଇଁ ଚେୟାର ଗୁଡ଼ିକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ପକାଯିବ। ହାତ ଧୋଇବା ପାଇଁ ଏୟାରପୋର୍ଟରେ ପର୍ଯ୍ୟାପ୍ତ ୱାସ ବେସିନ ଓ ସାନିଟାଇଜର ରଖାଯିବ ବୋଲି ଏୟାରପୋର୍ଟ ପକ୍ଷରୁ କୁହାଯାଇଛି।

Share this

Related Posts

ଆଜି ଘର ଚଟିଆ ଦିବସ, ହେଲେ ଘର…

Udaya_Labanya | March 20, 2023 | 32 views |0

ହଜି ଗଲେଣି ଘର ଚଟିଆ, ଚାକ ଚକ୍ୟ ସହରୀ ସଭ୍ୟତା ମଧ୍ୟରେ ଆଉ ଚାଳ ଛପର ଘର ଦେଖିବାକୁ ମିଳୁନାହିଁ, ଏମାନଙ୍କ ବଂଶ ବୃଦ୍ଧିପାଇଁ ବନବିଭାଗ ମଧ୍ୟ ପଦକ୍ଷେପ ନେଉନାହିଁ, ତେଣୁ ପ୍ରତେକ ବ୍ୟକ୍ତି ନିଜ ନିଜର ଘରର ଛାତ ତଳେ…

ଆଠଗଡ ରେ ବଂଶ ପରମ୍ପରାର ନଜିର ନାହିଁ,…

Udaya_Labanya | March 15, 2023 | 158 views | 0

ଆଠଗଡ ( buro news )ଆଠଗଡ ତିଗିରିଆ ଏକ ଗଡଜାତ ମାଟି ଓ ସଂଗ୍ରାମୀ ମାଟି, ଏହି ବିପ୍ଲବୀ ମାଟିରୁ ଆରମ୍ଭ ହୋଇଥିଲା ପ୍ରଜା ମଣ୍ଡଳ ଆନ୍ଦୋଳନ, ପ୍ରଜା ମଣ୍ଡଳ ଆନ୍ଦୋଳନ ଯୋଗୁ ରାଜାବି ହଟିଥିଲେ ରାଜଗାଦି ରୁ ଓ ଆଠଗଡ…

Leave a Reply

Your email address will not be published. Required fields are marked *

Archives

Categories