#Breaking News #District

ନୂତନଗ୍ରାମ୍ୟ ନିର୍ମାଣ ଅଧିକ୍ଷଣ ଯନ୍ତ୍ରୀ ଙ୍କ ଦାୟୀତ୍ୱ ଗ୍ରହଣ


ଫୁଲବାଣୀ (ସୁନୀଲ ପଟ୍ଟନାୟକ) ଫୁଲବାଣୀ ଗ୍ରାମ୍ୟ ନିର୍ମାଣ ବିଭାଗ ଡିଭିଜନ ର ନୂତନ ଅଧିକ୍ଷଣ ଯନ୍ତ୍ରୀ ଭବେ ଇ. କାର୍ତିକେଶ୍ୱର୍ ସାହୁ ଦାୟିତ୍ଵ ଗ୍ରହଣ କରିଛନ୍ତିl
ଇ. ସାହୁ ଏଥି ପୂର୍ବରୁ ଭଦ୍ରକ ଗ୍ରାମ୍ୟ ନିର୍ମାଣ ଡିଭିଜନ ରେ ଅଧିକ୍ଷଣ ଯନ୍ତ୍ରୀ ଭାବେ ବେଶ୍ ଦକ୍ଷତାର ସହ କାର୍ଯ୍ୟ ତୁଲାଇ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ l
ସେହିପରି ବହୁପୂର୍ବରୁ କନ୍ଧ ମାଳ ଜିଲ୍ଲା ରେ ସହକାରୀ ଯନ୍ତ୍ରୀ ଭାବେ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରି ସୁନାମ ଅର୍ଜନ କରିଥିଲେ l
ଏବେ ପୁନର୍ବାର ଅଧିକ୍ଷଣ ଯନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ
ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ଯ କରିବେ ବୋଲି କହିଛନ୍ତୀ l ଆଦିବାସୀ ଅଧ୍ୟୁଷିତ କଂଧମାଳ ଜିଲ୍ଲାରେ ଗମନା ଗମନ ର ବିକାଶ ଯେପରି ହେବ ସେଥିପ୍ରତି ଅଗ୍ରାଧିକାର ଦେବେ ବୋଲି କହିଛନ୍ତି l ଅଧlପନ୍ତୁରିଆ ଅବସ୍ଥାରେ ପଡ଼ିଥିବା
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା
ରାସ୍ତା ଗୁଡ଼ିକ ଶୀଘ୍ର ଯେପରି ସରିବ ତାର ତ୍ୱରାନ୍ୱିତ କରିବେ ବୋଲି କହିଛନ୍ତି l ଏଥିପାଇଁ ସମସ୍ତ ଙ୍କ ସହଯୋାଗ କାମନା କରିଛନ୍ତି l

Leave a comment

Your email address will not be published. Required fields are marked *