#Exclusive

ପ୍ରକୃତ କରୋନା ଯୋଦ୍ଧା ତିଗିରିଆ ତହସିଲଦାର

ଆଠଗଡ଼ (୧୫/୦୫/୨୦)(ଉଲାପ୍ର):: ଓ ଏ ସ ଅଫିସର ଙ୍କୁ ନେଇ ଏବେ ରାଜ୍ୟ ରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଓ ଏ ସ ଅଫିସର ତିଗିରିଆ ତହସିଲଦାର ଦେଖାଇଛନ୍ତି ମାନବିକତା । ନିଜେ ଅପରେସନ ହୋଇ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିଲେ ମଧ୍ୟ କୋରୋନା ଯୁଦ୍ଧର ମୁକାବିଲା ପାଇଁ ବାହାରି ଆସିଛନ୍ତି ବାହାରକୁ। ୪୭ ଜଣ ପ୍ରବାସୀ ମଧ୍ୟପ୍ରଦେଶ ଲୋକ ଚାଲି ଚାଲି କଟକ ରୁ ମଧ୍ୟପ୍ରଦେଶ ଯାଉଥିବା ବେଳେ ସେମାନଙ୍କୁ ଖାଇବା ପିଇବା ଦେବା ସହିତ ସେମାନଙ୍କ ମଧ୍ୟପ୍ରଦେଶ ଯିବା ବ୍ୟବସ୍ଥା କରାଇ ସାଧାରଣରେ ଚର୍ଚ୍ଚିତ ହୋଇଛନ୍ତି । ତହସିଲଦାର ପରେଶ୍ ଚନ୍ଦ୍ର ନାୟକଙ୍କ ଭଳି ଅଫିସର ଙ୍କୁ ନେଇ ଆଜି ସାଧାରଣ ରେ ଆଲୋଚନା ଚାଲିଛି, ସବୁ ଅଫିସର ଏଭଳି ହୁଏନ୍ତେ କି ?

Leave a comment

Your email address will not be published. Required fields are marked *