#Breaking News

ବିଭିନ୍ନ ଦାବୀ ପୂରଣ ନେଇ ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ଧାରଣା


ଫୁଲବାଣୀ(ସୁନୀଲ ପଟନାୟକ )
ଉତ୍କଳ ଗ୍ରାମୀଣ ବ୍ୟାଙ୍କ କର୍ମଚାରୀ ସଂଘ ତରଫରୁ ମ୍ୟାନଜେମେଣ୍ଟ କୁ ୫ଦଫା ଦାବି ପୂରଣ ପାଇଁ ଅନୁରୋଧ କରାଯାଇଥିଲା। କିନ୍ତୁ ଦାବୀ ପୂରଣ ନ କରି ଆଲୋଚନା ମଧ୍ୟ କଲେ ନାହିଁ କତୃପକ୍ଷ l ଏହା ବ୍ୟତୀତ ଆକ୍ରୋଶ ମୂଳକ ଭାବରେ ୧୦୦ ଜଣକୁ ବଦଳି କଲେ। ତେଣୁ ବର୍ତ୍ତମାନ ୨୩ ଦଫା ଦାବୀ ନେ଼ଇ ତା ୩୦.୧୧.୨୦୨୧ ରିଖ ଠାରୁ ତା ୪.୧୨.୨୦୨୧ ରିଖ ପର୍ଯ୍ୟନ୍ତ ଅଂଚଳିକ କାର୍ଯ୍ୟାଳୟ ସମ୍ମୁଖରେ ଫୁଲବାଣୀ ର ସମସ୍ତ କର୍ମଚାରୀ ସଂଘ ତରଫରୁ ଧାରଣା ଦିଆଯାଇଛି। ଏହି ଧାରଣାରେ ସଂଘର ଉପସଭାପତି ବେଣୁଧର ସେଠୀ , ସହ-ସଂପlଦକ ବିବେକ ଅଭିଷେକ ରାଜୁ , ପଙ୍କଜ ଲୋଚନ ସ୍ୱାଇଁ ଆଦି ଧାରଣା ସ୍ଥଳରେ ଉପସ୍ଥିତ ଥିଲେ l ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋର ଦା ର କରାଯିବ ବୋଲି କହିଛନ୍ତି ଆନ୍ଦୋଳନ କାରୀ l

Leave a comment

Your email address will not be published. Required fields are marked *