#Breaking News #Uncategorized

କନ୍ଧମାଳ : ବନ ବିଭାଗ ଦ୍ୱାରା ବାଘ ଛାଲ ଜବତ: ଜଣେ ଗିରଫ


କନ୍ଧମାଳ,୦୮/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ବନ ବିଭାଗ ଦ୍ଵାରା ଆଜି ଏକ କଲରାପତରିଆ ବାଘ ଛାଲ ଉଦ୍ଧାର କରାଯାଇଛି । ଏହି ମାମଲାରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ବ୍ୟକ୍ତିର ନାମ କବିଚନ୍ଦ୍ର କହଁର(୫୦) ଓ ତାଙ୍କ ଘର ସଦର ଥାନା ଅନ୍ତର୍ଗତ କୁଟିବାରୀ ଗ୍ରାମ । ସୂଚନା ମୁତାବକ, କୌଣସି ସୂତ୍ରରୁ ଖବର ପାଇ ଆଜି ସୁଡ୍ରୁକୁମ୍ପା ରେଞ୍ଜର ଶିଶିର କୁମାର ଝାଙ୍କର କବିଚନ୍ଦ୍ରଙ୍କ ଘରେ ଚଢ଼ାଉ କରିଥିଲେ । ପଚରାଉଚରା ପରେ କବି ଗତ ଏପ୍ରିଲ୧୯ ତାରିଖରେ ଏକ କଲରାପତରିଅ। ଶୀକାର କରିଥିବା ସ୍ଵୀକାର କରିଥିଲେ । ତାଙ୍କ ଘରୁ ବନ ବିଭାଗ ଏକ ଟାଙ୍ଗିଆ,ଗନ ପାଉଡର ଓ ୯ଟି ଶୀଶା ଗୁଳି ପାଇଥିଲେ । ପରେ କବିଚନ୍ଦ୍ର କଲରାପତରିଆ ଛାଲକୁ ଗ୍ରାମ ନିକଟସ୍ଥ ଚାଷ ଜମିରେ ଲୁଚାଇ ରଖିଥିବା କହିଥିଲେ । ବନ ବିଭାଗ କର୍ମଚାରୀ ଜମିକୁ ଯାଇ ଏକ ବୁଦା ମୂଳରେ ପଲିଥିନ ଜରିରେ ଲୁଚାଯାଇ ରଖାଯାଇଥିବା ଛାଲକୁ ଉଦ୍ଧାର କରିଥିଲେ । ଏଥିସହ ନିକଟସ୍ଥ ଅନ୍ୟ ଏକ ସ୍ଥାନରୁ ସେ ଲୁଚାଇ ରଖିଥିବା ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି । କବି ଗତ ଏପ୍ରିଲ ୧୯ ତାରିଖ ସକାଳ ପ୍ରାୟ ୯ଟା ସମୟରେ ଡୋଙ୍ଗା ସଂରକ୍ଷିତ ଜଙ୍ଗଲକୁ ଯାଇଥିବା ବେଳେ ଏକ କଲରାପତରିଆ ଦେଖିଥିଲା ବୋଲି କହିଛି । କଲରାପତରିଆ ଟି ତା ଉପରକୁ ଲମ୍ଫ ମାରି ଆହତ କରିଥିଲା । ଏହା ପରେ ସେ ନିଜ ପାଖରେ ଥିବା ଦେଶୀ ବନ୍ଧୁକରେ ବାଘକୁ ମାରି ଦେଇଥିବା ବନ ବିଭାଗ ଆଗରେ ପ୍ରକାଶ କରିଛି । ଏ ନେଇ କେସ ନଂ ୧୩/୨୧ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *