#Uncategorized

ବଢିଲା ସେନାର ଶକ୍ତି, ସାମିଲ ହେଲା ୧୧୪ ଶକ୍ତିଶାଳି ଅର୍ଜୁନ

ପୁଲଓ୍ୱାମା ସହିଦ ଦିବସରେ ବଢିଲା ସେନାର ଶକ୍ତି । ଭାରତୀୟ ସେନାରେ ସାମିଲ ହେଲା ଲଢୁଆ ଟ୍ୟାଙ୍କ ଅର୍ଜୁନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାମିଲନାଡୁ ଗସ୍ତରେ ଯାଇ ସେନାକୁ ଅର୍ପଣ କରିଛନ୍ତି ୧୧୮ଟି ଅର୍ଜୁନ ଟ୍ୟାଙ୍କ୍‌ । ଏହା ଦ୍ୱାରା ସେନାର ମନବୋଳ ଓ ଶକ୍ତି ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଇଛି ।

ଏହି ଅବସରରେ ଉପସ୍ଥିତ ଥିଲେ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ୱାଣେ । ପ୍ରତିରକ୍ଷା ବିଭାଗ ପକ୍ଷରୁ ୧୧୮ଟି ଅର୍ଜୁନ୍ ଟ୍ୟାଙ୍କକୁ ସେନାରେ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୮୪୦୦ କୋଟି ଟଙ୍କା । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଟ୍ୟାଙ୍କ ଶତ୍ରୁ ରାଷ୍ଟ୍ରୁକୁ ମାତ୍ ଦେବା ପାଇଁ ସକ୍ଷମ ହେବ । ଏହି ଟ୍ୟାଙ୍କ ବହୁ ଦୂରରେ ଥାଇ ମଧ୍ୟ ଶତ୍ରୁ ରାଷ୍ଟ୍ରର ଶିବିର ଉପରେ ତିକ୍ଷ୍ନ ଭାବେ ଆକ୍ରମଣ କରିପାରିବାର କ୍ଷମତା ରଖୁଛି । ଚୀନ ଓ ପାକିସ୍ତାନ ବିରୋଧରେ ସୀମାରେ ଉତ୍ତେଜନା ରହିଥିବା ବେଳେ ସେନାରେ ଅର୍ଜୁନ ଟ୍ୟାଙ୍କ ସାମିଲ ହେବ ଏକ ବଡ଼ ଉପଲବ୍ଧି ବୋଲି କୁହାଯାଇପାରେ । କାରଣ ଅର୍ଜୁନ ଟ୍ୟାଙ୍କ ପାଇ ସେନା ଆହୁରି ମଜ୍‌ଭୁତ୍‌ ହୋଇଛି ।

Leave a comment

Your email address will not be published. Required fields are marked *