#Breaking News

ଆକାଶ ମୋଟର୍ସ ଓ ନିଷ୍ଠା ପରିବାର ତରଫ ରୁ ରକ୍ତ ଦାନ ଶିବିର


ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
ସ୍ବର୍ଗତ କିଶନଲାଲ ଅଗ୍ରୱାଲ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଆକାଶ ମୋଟର୍ସ ଓ ନିଷ୍ଠା ପରିବାର ର ମିଳିତ ଉଦ୍ୟମ ରେ ହିରୋ ସୋ ରୁମ,ବରଗଡ଼ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ସୋ ରୁମ ର ତତ୍ବବଧାରକ ଆକାଶ କୁମାର ଅଗ୍ରୱାଲ ଫିତା କଟି ଉଦ୍ଘାଟନ କରିଥିଲେ। ଶିବିର ପରିଚାଳନା ରେ ବାବଲୁ ସାହୁ, ବସନ୍ତ ସାହୁ, ସଂଗ୍ରାମ ତ୍ରିପାଠୀ ନିଷ୍ଠା ପରିବାର ର ସହ ସମ୍ପାଦକ ଲୋକନାଥ ସାହୁ, କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଲବ ସାହୁ, ସଂକେତ ଆଠଘରା, ସ୍ଵସ୍ତିକ ଦାଶ ଙ୍କ ସହ ମହିଳା ଶାଖା ର ତ୍ରିପୁରା ଶୁହୁଲା, ରିନା ମହାରଣା ପ୍ରମୁଖ ସହଯୋଗ କରିଥିଲେ।ଏହି ଶିବିର ରୁ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ୍ ୩୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଶିବିର ଆୟୋଜନ ପାଇଁ ଆକାଶ କୁମାର ଅଗ୍ରୱାଲ ଙ୍କୁ ନିଷ୍ଠା ପରିବାର ତରଫ ରୁ ଏକ ମେମୋଣ୍ଟମ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a comment

Your email address will not be published. Required fields are marked *