#Breaking News #District

ପ୍ରାଣ ଯୋଗ ପ୍ରତିଷ୍ଠାନର ରାଜ୍ୟ ସ୍ତରୀୟ ବାର୍ଷିକ ଉତ୍ସଵ ଓ ସମ୍ବର୍ଦ୍ଧନା ସମାରୋହ

ବଡ଼ମ୍ବା( ଉଲ୍ଲାପ୍ର )ପ୍ରାଣ ଯୋଗ ପ୍ରତିଷ୍ଠାନ ର ରାଜ୍ଯ ସ୍ତରୀୟ ଊନବିଂଶ ବାର୍ଷିକ ଉତ୍ସବ ରତାପଟ ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଛି । ପ୍ରାକ୍ତନ ଶିକ୍ଷା ଜିଲ୍ଲା ଅଧିକାରୀ ସନାତନ ବେହେରା ଉତ୍ସଵକୁ ଉଦୁ ଘାଟନ କରିଥିଲେ । ପ୍ରତିଷ୍ଠାନର ଅଧ୍ୟକ୍ଷ ବିଜ୍ଞାନ କବି ଚନ୍ଦ୍ରଶେଖର ମହାନ୍ତି କାର୍ଯ୍ୟ କ୍ରମରେ ପୌରହିତ୍ୟ କରିଥିଲେ । ଏହି ଅବସରରେ ସାଧାରଣ ସମ୍ପାଦକ ଶିକ୍ଷକ ନେତା ଅଶୋକ କୁମାର ଧଳ ଙ୍କ ସଂଯୋଜନାରେ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି । ମଧ୍ୟ ପ୍ରଦେଶ ର ଅମର କୋଟ ଇନ୍ଦିରା ଗାନ୍ଧୀ ଆଦିବାସୀ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟ ର ପ୍ରାକ୍ତନ ପ୍ରଫେସର ଡ, ନରୋତ୍ତମ ଗାଣ ମୁଖ୍ୟ ଅତିଥି , ନୋଟରୀ ପବ୍ଲିକ ସନ୍ତୋଷ କୁମାର ପଟ୍ଟନାୟକ ବରେଣ୍ୟ ଅତିଥି , ପଠାଣି ସାମନ୍ତ ପ୍ଲାନେଟରୀୟମ ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ଡ, ଗୌରୀ ଶଙ୍କର ରାୟ ବିଶିଷ୍ଟ ଅତିଥି , ନରସିଂହ ପୁର ମହା ବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର କୁଳମଣି ବାରୀକି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ । ଅଧ୍ମାତିକ, ଶାରୀରିକ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ ହେଉଛି ଯୋଗ । ବିଜ୍ଞାନ ସୂତ୍ରରେ ସାହିତ୍ୟ ରଚନା ହୋଇଛି ବୋଲି ମତ ପ୍ରକାଶ ପାଇଛି । ମୋହନ ସୁବୁଦ୍ଧି ମହାବିଦ୍ୟାଳୟ ପ୍ରାଧ୍ୟାପକ ଡ଼, ସୁବାଷ ଚନ୍ଦ୍ର ଆସ , ପ୍ରାଧ୍ୟାପକ ମାନ ଗୋବିନ୍ଦ ପାତ୍ର, ଓଷ୍ଟା ରାଜ୍ଯ ସମ୍ପାଦକ ବିଜୟ କୁମାର ଛତ୍ର, ଅଧ୍ୟାପକ ଖଗେଶ୍ବର ମହାପାତ୍ର ଓଡ଼ିଆ ସାହିତ୍ୟ ଉପରେ ଆଲୋଚନା କରିଥଲେ । ଏହି ଉପଲକ୍ଷେ ପ୍ରଜ୍ଞାନ ସମ୍ମାନ ରେ ଡ, ଗାଣ୍, ପ୍ରାଣ ଯୋଗ ବିଜ୍ଞାନ ସମ୍ମାନ ରେ ଡ, ରାୟ ସାହିତ୍ୟ ସୃଜନ ସମ୍ମାନ ରେ ପ୍ରଫେସର କୁଳମଣି ବାରିକୀ, ମାତୃ ଶକ୍ତି ସମ୍ମାନରେ ପ୍ରବୀଣ। ପାଟ ସାଣି, ଶିକ୍ଷା ସେବା ସମ୍ମାନ ରେ ପ୍ରତିମା ପ୍ରଧାନ, ସ୍ଥାପତ୍ୟ ସମ୍ମାନ ରେ ବିମଳ ଦାଶ, ସାହିତ୍ୟ ସେବା ସମ୍ମାନ ରେ ବିଷ୍ଣୁ ଦାସ, ସାମ୍ବାଦିକତା ଦକ୍ଷତା ସମ୍ମାନରେ ତଥାଗତ ବିଶ୍ବାଳ, ପୂପୁ ମହାନ୍ତି, ମାୟା ଧର ମଲିକ, ଚନ୍ଦ୍ର ମିଶ୍ର, ନବ କିଶୋର ପଣ୍ଡା ଙ୍କୁ ଉତ୍ତରୀୟ, ମାନ ପତ୍ର, ତୁଳସୀ ମାଳ ପ୍ରଦାନକାରୀ ସମ୍ବର୍ଦ୍ଧିତ କରାଯାଇଛି । ସଂଚଳିକା ପ୍ରବୀଣ। ମହାନ୍ତି ସମପାନି ବକ୍ତବ୍ୟ ଓ ଧନ୍ୟବାଦ ଦେଇଥିଲେ । ଅଧିକ୍ଷକ ବାଲୁଙ୍କେ ସ୍ୱର ରାଉତ କୃତଜ୍ଞତା ଅର୍ପଣ କରିଥିଲେ । ବିପିନ ବିହାରୀ ମହାନ୍ତି, ଶିବ ମିଶ୍ର, ଡ,ମୃତୁଞ୍ଜୟ ସାହୁ, ବନ ୟୋତ୍ସ୍ନା ଧଳ, ପୁଲିନ ମିଶ୍ର, ସମୀର ରାଉତ ପ୍ରମୁଖ କର୍ଯ୍ୟକର୍ମ ରେ ସହଯୋଗ କରିଥିଲେ ।

Leave a comment

Your email address will not be published. Required fields are marked *