#Breaking News

ପ୍ରଶାସନ ଦୃଷ୍ଟି ଦେବ କି ?କାଖରେ ଦିବ୍ୟାଙ୍ଗ ପୁଅ ମୁଣ୍ଡରେ କାଠ ବୋଝ ଧରି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ମହିଳା


ଫୁଲବାଣୀ (ସୁନୀଲ ପଟନାୟକ)
କାଖରେ ବିବ୍ୟାଙ୍ଗ ପୁଅ.ମୁଣ୍ଡରେ କାଠବିଡା ଜଣେ ବିଧବା ମହିଳା ବଞ୍ଚିବା ପାଇଁ ସଂଘର୍ଷ ଚଳାଇ ଥିବା ଦେଖିବାକୁ ମିଳିଛି ।
ବିଦ୍ୟାଙ୍ଗ ଓ ବିଧବାମାନଙ୍କ ପାଇଁ ସରକାରଙ୍କ ଅନେକ ଯୋଜନା ଥିଲେ ମଧ୍ୟ ଏ ସବୁ ଯୋଜନା ବୀପାଙ୍କ ପାଇଁ ସାତ ସପନ।ସର କାରୀ ସହାୟତା ପାଇଁ ପ୍ରଶାସନ ପାଖରେ ବାରମ୍ଵାର ନେହୁରା ହେଲେବି ସରକାରୀ ବାବୁମାନଙ୍କ ଦୃଷ୍ଟି ପଡ଼ୁନ ଥିବା ଶୁଣିବାକୁ ମିଳୁଛି ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଗୁଡା ଅଞ୍ଚଳ ରେ ।
ବାଲିଗୁଡା ଅଞ୍ଚଳର ବିଧବାଦୀପା ମଲିକଙ୍କ ସ୍ଵାମୀଙ୍କ ଅକାଳ ମୃତ୍ୟୁପରେ ଜାତୀୟ ପରିବାର କଲ୍ୟାଣ ଯୋଜନାରେ ସହାୟତା ରାଶି ମିଳିନି କୁ ଆଡେ । ସେହିପରି ବିବ୍ୟାଙ୍ଗ ପୁଅର ଭିନ୍ନକ୍ଷମ ପ୍ରମାଣପତ୍ର ମଧ୍ଯ ମିଳିପାରୁନି।
ଏପଟେ ସ୍ୱାମୀ ପ୍ରତାପଙ୍କ ମୃତ୍ୟୁପରଠାରୁ ଦୀପା ନିଜେ ବଞ୍ଚିବା ସହ ବିବ୍ୟାଙ୍ଗ ପୁଅକୁ ବଞ୍ଚାଇବା ଲାଗି ସଂଘର୍ଷ ଚଳ।ଇଛନ୍ତି ।
ସ୍ଵାମୀଙ୍କ ମୃତ୍ୟୁପରେ ସତେ ଯେମିତି ତାଙ୍କ ଜୀବନରେ ଘନ ଅନ୍ଧକାର ମାଡି ଆସିଛି।
ଘରେ ଆଉ କେହି ନାହାନ୍ତି । ଫଳରେ ବିବ୍ୟାଙ୍ଗପୁଅକୁ ଘରେଛାଡି କେଉଁ ଆଡ଼େ କାମଧନ୍ଦା କରିବାକୁ ମଧ୍ଯ ଯାଇପାରୁନଥିବା କହିଛନ୍ତି ଦୀପା ।
ବହୁ କଷ୍ଟରେ ପୁଅକୁ କାଖରେ ଧରି ଜଙ୍ଗଲକୁ ଯାଇ କ।ଠ ସଂଗ୍ରହ କରି ତାକୁ ବଜାରରେ ବିକି ଚଳୁଛନ୍ତି । ସେହିପରି ସରକାରଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ବି ମିଳି ପାରିନିଏଯାଏ ।
ଫଳରେ ଭଙ୍ଗା ଦଦରା ମାଟି ଘରେ ଭାଗ୍ୟକୁ ଆଦରୀରହୁଛନ୍ତି ଦୀପା ଓ ଦିବ୍ୟାଙ୍ଗ ପୁଅ।


ପ୍ରମାଣପତ୍ର ନ ଥିବାରୁ ପୁଅର ଭତ୍ତା ଗଣ୍ଡାକ ମଧ୍ୟ ମିଳିପାରୁନଥିବା ଜଣାପଡିଛି।
କେବଳ ବିଧବା ଭତ୍ତା ୫୦୦ ଟଙ୍କା ଓ ଚାଉଳ ମିଳୁଛି। ସେତେକ ରେ ଏ ମହଙ୍ଗା ଯୁଗରେ ଚଳିବା ମୁସ୍କିଲ ହୋଇପଡ଼ୁଛି ।
ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ସହାୟତାର ହାତ ବଢାଇଲେ ଦୀପା ଓ ବିବ୍ୟାଙ୍ଗ ପୁଅ ଉପକୃତ ହୋଇ ପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

Leave a comment

Your email address will not be published. Required fields are marked *