#Breaking News

ଭୀମ ଆର୍ମି ପକ୍ଷରୁ ଏସପି ଅଫିସ ସମ୍ମୁଖରେ ଅଭିନବ ପ୍ରତିବାଦ


ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ତୋରା ଗ୍ରାମ ପଞ୍ଚାୟତ ର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଘଟଣା ତଦନ୍ତରେ ଅଗ୍ରଗତି ହୋଇପାରୁନାହିଁ। ପୋଲିସ କେଶ ମଧ୍ୟ ରୁଜୁ କରୁନାହିଁ। ମୃତ ଗୋବିନ୍ଦ କୁମ୍ଭାର ର ପରିବାର କୁ କେବେ ନ୍ୟାୟ ମିଳିବ। ଏହାର ପ୍ରତିବାଦରେ ଆଜି ଭୀମ ଆର୍ମି ପକ୍ଷରୁ ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ନ୍ୟାୟ ମାଗିଲେ ଏସପି ଙ୍କୁ। ଏସପି ରାହୁଲ ଜୈନ ଏହାର ଜବାବ ନଦେଲା ପର୍ଯ୍ୟନ୍ତ ରାସ୍ତା ଉପରେ ଧାରଣା ବସିବା ସହ ଧାରଣା ରତ କର୍ମୀ ମାନେ ରାସ୍ତା ଉପରେ ବସି ମଧ୍ୟାହ୍ନ ଭୋଜନ କରି ଅଭିନବ ପ୍ରତିବାଦ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ ମାସ ହେବ ଏହି ଘଟଣା ଘଟିଥିଲେ ମଧ୍ୟ ପୋଲିସ କୌଣସି ପ୍ରକାର ଠୋସ ପଦକ୍ଷେପ ଗ୍ରହଣ ନ କରିବା ଯୋଗୁଁ ବିକ୍ଷୋଭକାରୀ ଭୀମ ଆର୍ମି ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଥିଲା।

Leave a comment

Your email address will not be published. Required fields are marked *