#Uncategorized

ଆସାମରେ ବିଜେପିର ସଂକଳ୍ପ ପତ୍ର ଉନ୍ମୋଚିତ

ଭୁବନେଶ୍ବର,ଆସାମରେ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜେପି ଏହାର ଘୋଷଣାପତ୍ର ଜାରି କରିଛି। ଗୌହାଟୀଠାରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ଡ଼, ଜିତେନ୍ଦ୍ର ସିଂ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଓ ଅନ୍ୟ ପ୍ରମୁଖ ନେତାଙ୍କ ଉପସ୍ଥିତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନିଚ୍ଛା ସଂକଳ୍ପ ପତ୍ର ଉନ୍ମୋଚନ କରିଛନ୍ତି । ବିକାଶ, ମହିଳା ସଶସ୍ତୀକରଣ, ସବୁ ବର୍ଗର ଉତ୍ଥାନ ତଥା ସଂସ୍କୃତିର ସୁରକ୍ଷା ଇତ୍ୟାଦିକୁ ବିଜେପି ନିଜର ସଂକଳ୍ପ ପତ୍ରରେ ଗୁରୁତ୍ବ ଦେଇଛି।

ମୁଖ୍ୟତଃ ଏହି ନିର୍ବାଚନୀ ଘୋଷଣାପତ୍ର ମାଧ୍ୟମରେ ଆସାମବାସୀଙ୍କ ପାଇଁ ଆମର ୧୦ସଂକଳ୍ପ ରହିଛି ବୋଲି ନକ୍ସା କହିଛନ୍ତି। ପ୍ରଥମେ ରହିଛି ବ୍ରହ୍ମପୁତ୍ର ଅଭିଯାନ, ଯେଉଁଥିରେ ଆସାମକୁ ବନ୍ୟା ବିପଦରୁ ରକ୍ଷା କରିବା ଲାଗି ବିଭିନ୍ନ ପ୍ରକଳ୍ପର ନିର୍ମାଣ କରାଯିବ। ଦ୍ବିତୀୟରେ ରହିଛି ଅରୁଣୋଦୋୟ ଯୋଜନା ଯେଉଁଥିରେ ୩୦ ଲକ୍ଷ ଯୋଗ୍ୟ ପରିବାରଙ୍କୁ ମାସକୁ ୩୦୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ସେହିପରି ନାମଗଡ଼ରୁ ବେଆଇନ ଜବରଦଖଲ ହଟାଇବା ଓ ୨.୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦେବା, ଶିଶୁ ଉନ୍ନୟନ ଅଭିଯାନରେ ଶିଶୁଙ୍କୁ ଉଚ୍ଚମାନର ଶିକ୍ଷା ତଥା ଅଷ୍ଟମ ଶ୍ରେଣୀ ପରେ ବାଳିକାଙ୍କୁ ସାଇକେଲ ପ୍ରଦାନ, ପ୍ରକୃତ ଭାରତୀୟଙ୍କ ସୁରକ୍ଷା ପାଇଁ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ଓ ସଂଶୋଧୂତ ଏନଆରସି ଉପରେ କାର୍ଯ୍ୟ, ଆତ୍ମନିର୍ଭରତ ଆସାମ ଅଭିଯାନ, ସରକାରୀ କ୍ଷେତ୍ରରେ ୨ ଲକ୍ଷ ନିଯୁକ୍ତି ଓ ଯେଉଁଥିରୁ ୧ ଲକ୍ଷ ନିଯୁକ୍ତି ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଦିଆଯିବ, ଘରୋଇ କ୍ଷେତ୍ରରେ ୮ ଲକ୍ଷ ନିଯୁକ୍ତି, ଉଦ୍ୟୋଗୀ ବିଦ୍ୟାଳୟ ପ୍ରତିଷ୍ଠା ଏବଂ ନାଗରିକଙ୍କୁ ସଶକ୍ତ କରିବା ଲାଗି ଜମି ଅଧୁକାର ପ୍ରଦାନ ଇତ୍ୟାଦି ନେଇ ବିଜେପି ଏହାର ସଂକଳ୍ପ ପତ୍ରରେ ପ୍ରତିଶୃତି ଦେଇଛି।

ଏହି ଅବସରରେ ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ ବିଜେପି ଯାହା ପ୍ରତିଶୃତି ଦିଏ, ତାହା ପୁରା କରେ। ଯାହାର ଉଦାହରଣ ହେଉଛି ଆସାମରେ ଗତ ୭୦ ବର୍ଷରେ ଯେଉଁ ବିକାଶ ହୋଇନଥିଲା, ତାହା ଗତ ୫ ବର୍ଷରେ ହୋଇଛି। ଆସାମରେ ବିଜେପିକୁ ନେଇ ଅତ୍ୟନ୍ତ ସକାରାମ୍ବକ ମାହୋଲ ଅଛି ବୋଲି ସେ କହିଛନ୍ତି। ଏଥିସହ ଆମର ବିଷୟବସ୍ତୁ ହେଉଛି ସୁରକ୍ଷା, ସମୃଦ୍ଧି ଓ ସଂସ୍କୃତି, ଯାହାକୁ ମଧ୍ୟ ଅତ୍ୟନ୍ତ ସକାରାତ୍ମକ ପ୍ରତିକ୍ରିୟା ମିଳିଛି ବୋଲି ସେ କହିଛନ୍ତି।

Leave a comment

Your email address will not be published. Required fields are marked *