#Exclusive

ଆଇପିଏଲ୍ ବାତିଲ୍ ହେଲେ ବିସିସିଆଇ ସହିବ ବିପୁଳ କ୍ଷତି!

ନୂଆଦିଲ୍ଲୀ: କରୋନା ଭାଇରସ କାରଣରୁ ବିସିସିଆଇ ଆଇପିଏଲର ୧୩ଶ ସଂସ୍କରଣକୁ ପ୍ରାୟ ଦୁଇ ସପ୍ତାହ ଅର୍ଥାତ୍ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛି। ତେବେ ଏହି ସମୟ ମଧ୍ୟରେ କରୋନା ଭାଇରସ କାୟା କମ୍ ହେଉଛି କି ନାହିଁ, ଏହା ଉପରେ ବିସିସିଆଇ ନଜର ରଖିଛି। ଯଦି ଏପ୍ରିଲ୍ ୧୫ ତାରିଖ ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣକୁ ନଆସେ, ତାହେଲେ ଆଇପିଏଲକୁ ବାତିଲ୍ କରାଯାଇପାରେ।ଏଭଳି ସ୍ଥିତିରେ ଯଦି ଆଇପିଏଲ୍ ବାତିଲ ହୁଏ, ତାହେଲେ ବିସିସିଆଇକୁ କେତେ କ୍ଷତି ସହିବାକୁ ପଡ଼ିବ। ଯଦି ଆମେ ସଂଖ୍ୟାକୁ ଦେଖିବା, ତାହେଲେ ଆଇପିଏଲ୍ ବାତିଲ୍ ହେବା ଦ୍ୱାରା ବିସିସିଆଇକୁ ପ୍ରାୟ ୧୦ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିପାରେ।ଏକ ରିପୋର୍ଟ ଅନୁଯାୟୀ, ବିସିସିଆଇକୁ ୧୦ହଜାର କୋଟି ଟଙ୍କାର କ୍ଷତି ହେବା ସହ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲର ସ୍ପନସରଶିପ୍‌, ମିଡିଆ ରାଇଟ୍ସ, ଫ୍ରାଞ୍ଚାଇଜି ରେଭିନ୍ୟୁ ଭଳି ଅନ୍ୟାନ୍ୟ କ୍ଷେତ୍ରରେ ବିପୁଳ କ୍ଷତି ହୋଇପାରେ। ତେବେ ସବୁଠାରୁ ବଡ଼ କଥା ହେଉଛି, ଏସବୁ କ୍ଷତିର ଭରଣା ବିସିସିଆଇ ଓ ଆୟୋଜକଙ୍କୁ ହିଁ କରିବାକୁ ପଡ଼ିବ।

Leave a comment

Your email address will not be published. Required fields are marked *