#Breaking News

ବରପାଲି ରେ ବିଦ୍ୟୁତ ଲାଇନ୍ କଟାକୁ ନେଇ ଉତ୍ତେଜନା


ବରଗଡ଼:- ବିଦ୍ୟୁତ ବିତରଣ ଟାଟା କମ୍ପାନୀ ହାତକୁ ନେବା ପରେ ଖାଉଟି ଙ୍କୁ ଜୁଲୁମ କରାଯାଉଥିବା ଅଭିଯୋଗ ରେ ଆଜି ବରପାଲି ର ଜନସାଧାରଣ ବିଦ୍ୟୁତ ଏସଡିଓ ଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ। ପରେ ବିଧାୟିକା ରୀତା ସାହୁ ଘଟଣା ସ୍ଥଳରେ ପହଞ୍ଚି ବରଗଡ଼ ସ୍ଥିତ ନିର୍ବାହୀ ଯନ୍ତ୍ରୀ ଙ୍କ ସହ ଆଲୋଚନା କରିବା ପରେ ସମାଧାନ ର ବାଟ ପିଟିଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଟାଟା କମ୍ପାନୀ ଜିଲ୍ଲା ରେ ବିଦ୍ୟୁତ ବଣ୍ଟନ ବ୍ୟବସ୍ଥା ହାତ କୁ ନେବା ପରେ ବିଦ୍ୟୁତ ବଣ୍ଟନ ଠିକ୍ ଭାବେ ହୋଇପାରୁନାହିଁ। ସବୁ ସମୟରେ ବିଦ୍ୟୁତ କାଟ କରାଯାଉଛି। ବିନା ମିଟର ରିଡିଙ୍ଗରେ ବିଲ ପଇଠ କରିବାକୁ ବାଧ୍ୟ କରାଯାଉଛି। ଏହାର ବ୍ୟତିକ୍ରମ ହେଲେ ଲାଇନ୍ କଟି ଦିଆଯାଉଛି। ଏପରି ଜୁଲୁମର ପ୍ରତିବାଦରେ ଲୋକେ ବିଦ୍ୟୁତ ଅଫିସ ଘେରାଉ କରିଥିଲେ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *