#Breaking News

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବଡମ୍ବା ନରସିଂହପୁର ରେ ବିଜେଡିକୁ ଘାଣ୍ଟିବ ବିଜେପି ଓ ଆପ ଆଦମୀ ପାର୍ଟି


ବଡମ୍ବା,ନରସିଂହପୁର(ଉଲାପ୍ର)ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ସରିଯାଇଛି।ଏବେ ପ୍ରାର୍ଥୀମାନେ ଗାଁ ମୁହାଁ ହେବା ଆରମ୍ଭ କଲେଣି।ଚଳିତ ନିର୍ବାଚନ ଆଠଗଡ ସବ ଡିଭିଜନର ବଡମ୍ବା ନରସିଂହପୁର ରେ ଏଥର ବିଜେଡିକୁ ଘାଣ୍ଟିବ ବିଜେପି ଓ ଆମ ଆଦମୀ ପାର୍ଟି।ଚଳିତ ପଞ୍ଚାୟତ ନିର୍ବାଚନ ରେ ବଡମ୍ବା ନରସିଂହପୁର ରେ ବିଜେଡି,ବିଜେପି,ଆମ ଆଦମୀ ପାର୍ଟି,କଂଗ୍ରେସ ପ୍ରାର୍ଥୀ ଦେଇଥିଲେ ମଧ୍ୟ ନିର୍ବାଚନରେ ବିଜେଡିକୁ ଘାଣ୍ଟିବ ବିଜେପି ଓ ଆମ ଆଦମୀ ପାର୍ଟି।ଏହାର କାରଣ ହେଲା ଗତ ୨୭ ବର୍ଷଧରି ବଡମ୍ବା ନରସିଂହପୁର ରେ ବିଧାୟକ ଦେବୀପ୍ରସାଦ ମିଶ୍ର ରାଜ କରି ଆସୁଛନ୍ତି।ହେଲେ ଗତ ତିନିବର୍ଷ ହେଲା ବିଜେଡିକୁ ଟକର ଦେଉଛି ବିଜେପି।ଏହାରି ଭିତରେ ଆମ ଆଦମୀ ପାର୍ଟି ମଧ୍ୟ ଚଳିତ ନିର୍ବାଚନରେ ଜିଲା ପରିଷଦ ପ୍ରାର୍ଥୀ ଦେଇଛି।ଗତ ୨୭ ବର୍ଷ ମଧ୍ୟରେ ବଡମ୍ବା ନରସିଂହପୁର ଅଞ୍ଚଳରେ ବିଜେଡି କିଛି ଜନହିତ କର କାର୍ଯ୍ୟକୁ ନେଇ ମୈଦାନ କୁ ଓଲ୍ହାଇବ ବୋଲି ଜଣା ପଡିଥିବା ବେଳେ ବିଜେପି ବିଜେଡିର କିଛି କୁକର୍ମ କୁ ନେଇ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଓଲ୍ହାଇବ ବୋଲି ଜିଲା ପରିଷଦ ପ୍ରର୍ଥୀମାନେ ପ୍ରକାଶ କରିଛନ୍ତି।ଏହାରି ଭିତରେ ଆମ ଆଦମୀ ପାର୍ଟି ସମବାୟ ଦୁର୍ନୀତି କୁ ନେଇ ମୈଦାନ କୁ ଓଲ୍ହାଇବ ବୋଲି ପ୍ରାଥିମାନେ ପ୍ରକାଶ କରିଛନ୍ତି, ଯାହା ଜଣାପଡୁଛି ଚଳିତ ପଞ୍ଚାୟତ ନିର୍ବାଚନ ଏକ ନୂଆ ଢଙ୍ଗରେ ହେବାକୁ ଯାଉଛି,ଏଥିରେ କିଏ ନିର୍ବାଚିତ ହେବ କିଏ ପରାଜିତ ହେବ ପରେ ଜଣାପଡିବ।ସବୁଠାରୁ ମଜାକଥା ହେଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବଡମ୍ବା ନରସିଂହପୁର ରେ ବିଜେଡିକୁ ଘାଣ୍ଟିବ ବିଜେପି ଓ ଆମ ଆଦମୀ ପାର୍ଟି।

Leave a comment

Your email address will not be published. Required fields are marked *